ସୁନ୍ଦରଗଡ , ୦୬/୦୨/୨୦୨୧ (ସନ୍ଧାନନିଉଜ/ରାଜୁ ପଟେଲ) ସବଡେ଼ଗା ବ୍ଲକର ତଥା ସବଡେ଼ଗା ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ଆଜି କରୋନା ଟୀକା ପ୍ରଦାନ କରାଯାଇଛି I ମିଳିଥିବା ସୂଚନା ଅନୁସାରେ ସରପଞ୍ଚ ଶ୍ରୀମତୀ ସୁଜାତା ଲାକ୍ରା ଏବଂ ସୁନ୍ଦରଗଡ ସିଡିଏମୋ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକର ଏବଂ ପଞ୍ଚାୟତ ର ପ୍ରାୟ ୮୦ ଜଣ କର୍ମଚାରୀ ଙ୍କୁ ଟୀକା ପ୍ରଦାନ କରାଯାଇଛି I କିଛି ଦିନ ପୂର୍ବରୁ କରୋନା ଟୀକା ନ ନେଲେ ସରକାରୀ କର୍ମଚାରୀ ମାନଙ୍କର ଦରମା ବାତିଲ କରାଯିବ ବୋଲି ସରକାରଙ୍କ ଆଡୁ ନିର୍ଦେଶନାମା ଜାରି କରI ଯାଇଥିଲା I ଏହାର କିଛି ଦିନ ପୂର୍ବରୁ ସବଡେ଼ଗା ମୁଖ୍ୟ ଚିକିତ୍ସାଳୟ ର ସମସ୍ତ କରୋନା ଯୋଦ୍ଧା କୁ ପ୍ରଥମ ପର୍ଯାୟରେ କରୋନା ଟୀକା ପ୍ରଦାନ କରାଯାଇଥିଲା l
ସବଡେ଼ଗା ବ୍ଲକର ତଥା ସବଡେ଼ଗା ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ଆଜି କରୋନା ଟୀକା ପ୍ରଦାନ
|
February 7, 2021 |