ସୁନ୍ଦରଗଡ଼ ତା:୨୩/୧୨/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ) ସବଡେଗା ବସ ଷ୍ଟାଣ୍ଡ ନିକଟରେ ଥିବା ହିରୋହଣ୍ଡା ସୋ ରୁମରେ ଏକ ଗାଡି ପୋଡିଯିବାର ଘଟଣା ସାମ୍ନାକୁ ଆସିଛି ।ସନ୍ଧ୍ୟା ସମୟରେ ଏକ ସ୍କୁଟି ମରାମତି କରୁଥିବା ସମୟରେ ତାହା ସଟ ସର୍କିଟ ହୋଇ ନିଆଁ ଲାଗି ଜଳିଯାଇଥିଲା । ସ୍କୁଟି ଗାଡିଟି ସମ୍ପୂର୍ଣ୍ଣ ପଡିବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଅବାକ ହୋଇ ଚାହିଁ ବସିଥିଲେ । କେହି ସହୃଦୟ ବ୍ୟକ୍ତି ଅଗ୍ନିସମ ବିଭାବକୁ ଅବଗତ କରିବାରୁ ନିଆଁକୁ ତୁରନ୍ତ କାବୁ କରାଯାଇଥିଲା ସମ୍ପୃକ୍ତ ହିରୋହଣ୍ଡା ଅଧିକାରୀ ବିନା ଅଗ୍ନି ନିରୋଧକ ବ୍ୟବସ୍ଥା ନ କରି ଏତେ
ବଡ଼ ସଂସ୍ଥା ଚଳାଉଥିବା ପ୍ରଶ୍ନବାଚୀ ପାଲଟିଛି । ଏ ବାବଦରେ ଆଜି ଅଗ୍ନିସମ ବିଭାଗ ଅଧିକାରୀ ତାଗିତ କରିଥିଲେ । ଦୁର୍ଘଟଣା ସମୟରେ ଅଞ୍ଚଳର ସପ୍ତାହିକ ହାତ ସହିତ ଅତ୍ୟନ୍ତ ଜନ ଗହଳି ଦେଖିବାକୁ ମିଳିଥିଲା ମାତ୍ର କିଛି କ୍ଷୟକ୍ଷତି ନ ହୋଇ ଅଗ୍ନିସମ ବିଭାଗ ନିଆଁ କୁ କାବ୍ଜ କରିପାରି ଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସବଡେଗା ହିରୋହୋଣ୍ଡା ସୋରୁମରେ ନିଆଁ ଲାଗି ସ୍କୁଟି ଗାଡି ଜଳିଗଲା
|
December 24, 2021 |



