ସୁନ୍ଦରଗଡ଼ ତା:୨୭/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ହସ୍ପିଟାଲ ପାଖରେ ଥିବା ଏକ ବସ୍ତିରୁ ସୁନା ଗହଣା ସହିତ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ହସ୍ପିଟାଲ ପାଖ ବସ୍ତିରେ ବସବାସ କରୁଥିବା କବିର ବାଡାଙ୍କ ଘରୁ ସୁନା ଅଳଙ୍କାର ସହିତ ଟଙ୍କା କୋଡିଏ ହଜାର ଚୋରି ହୋଇଥିବା ତଲସରା ଥାନାରେଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାଇ ତଲସରା ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଅନୁସାରେ କବିର ବାଡା ଓ ତାଙ୍କ ପରିବାର କୌଣସି କାମରେ ତାଙ୍କ ସମ୍ପର୍କୀୟ ଘରକୁ ଯାଇଥିଲେ । ଘରଜୁ ଫେରିବାପରେ ଘରର ମୁଖ୍ୟଦ୍ୱାର ସହିତ ଘରେଥିବା ଆଲମାରୀ ସହିତ ବାକ୍ସ ସବୁ ଫଡା ହୋଇଥିବା ଦେଖିବାକୁ ମିଳିଥିବା ବୋଲି ଥାନାକୁ ଅବଗତ କରିଥିଲେ ।
ସବଡେଗା ହସ୍ପିଟାଲ ପାଖ ବସ୍ତିରୁ ଚୋରି ଅଭିଯୋଗ
|
November 28, 2021 |
