ସୁନ୍ଦରଗଡ ତା:୨୧/୩/୨୦୨୨( ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ଷ୍ଟେଟବ୍ୟାଙ୍କରେ ବିଭିନ୍ନ ସମୟରେ କ୍ରମାଗତ ଭାବରେ ଲୁଟର ଉଦ୍ୟମ କରାଯାଉଛି । ଏ ପରିପେକ୍ଷିରେ ବ୍ୟାଙ୍କ କତ୍ତୃପକ୍ଷ ନିରବ ସାଜିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ୟାଙ୍କରେ କ୍ରମାଗତ ଭାବରେ ଛଅ ଥର ଚୋରି ଉଦ୍ୟମ ହୋଇଥିବା କର୍ମୀଙ୍କ ପକ୍ଷରୁ ଜଣାପଡିଛି । ଏହି ବ୍ୟାଙ୍କ ମୁଖ୍ୟ ରାସ୍ତାରେ ରହିଥିବା ଓ ବ୍ୟାଙ୍କ ପଛପଟ ନିଛାଟିଆ ଅନ୍ଧାର ସହିତ ପାଚେରୀ ଛୋଟ ହେବା କାରଣରୁ ବାରମ୍ବାର। ଚୋରି ହେଉଥିବା ଅନୁମାନ କରାଯାଉଛି । ଚୋରମାନେ ଗ୍ୟାସ କଟରରେ ଝରକା କାଟୁଥିବା ସମୟରେ ସାଇରନ ବାଜିବାରୁ ସ୍ଥାନୀୟ ସିକ୍ୟୁରୀଟି ସମ୍ପୃକ୍ତ ସ୍ଥାନରେ ଚିତ୍କାର କରି ଦୌଡ଼ି ଆସିବାରୁ ଚୋରମାନେ ତାଙ୍କ ଚୋରି ସାମଗ୍ରୀ ଘଟଣା ସ୍ଥଳରୁ ଛାଡି ପକାଇଥିବା ଜଣାପଡିଛି । ବ୍ୟାଙ୍କର ସିସିଟିଭି କେମରାରେ ଚୋରଙ୍କ ଚେହେରା ଜଣାପଡ଼ିଥିବା ସୂଚନା ମିଳିଛି । ସ୍ଥାନୀୟ ତଲସରା ଥାନାକୁ ଅବଗତ କଲାପରେ ବ୍ୟାଙ୍କର ସମସ୍ତ ଜିନିଷ ତଦାରଖ କଲାପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚକାଇଛନ୍ତି ।
ସବଡେଗା ଷ୍ଟେଟ ବ୍ୟାଙ୍କର ଏଟିଏମ ସିକ୍ୟୁରୀଟି ଦ୍ୱାରା ଚୋରି ଉଦ୍ୟମ ପଣ୍ଡ ,ଚୋରି ବ୍ୟବହୃତ ଜିନିଷ ଜବତ
|
March 22, 2022 |