ସୁନ୍ଦରଗଡ ତା:୧୧/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ସବଡେଗା ମୁଖ୍ୟ ପୋଷ୍ଟ ଅଫିସରେ ଗତ ରାତ୍ରି ସମୟରେ କେତେକ ଦୁର୍ବୃତ୍ତ ଚୋରି ଉଦ୍ଦେଶ୍ୟରେ ପଛପଟ କବାଟ ଭାଙ୍ଗି ଭିତରେ ପଶିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଅଫିସ ସଫା କରିବାପାଇଁ ଅଫିସ କର୍ମଚାରୀ ଯଶୋଦା ନାଏକ ଯାଇଥିଲେ । ମୁଖ୍ୟ କବାଟ ଖୋଲି ସେ ସମସ୍ତ ଘର ତଦାରଖ କରିବା ସମୟରେ ଅଫିସ ପଛପଟ କବାଟ ଭାଙ୍ଗିବା ସହିତ ଟ୍ରେଜେରୀ ରୁମରୁ ଗ୍ୟାସ ଗନ୍ଧ ହେଉଥିବା ଜାଣିପାରି ସେ ଅଫିସ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ସବଡେଗା ପୋଷ୍ଟଅଫିସ କତ୍ତୃପକ୍ଷ ଶ୍ରୀଯୁକ୍ତ ମନବୋଧ ତନ୍ତି ଆସି ସବୁ ତଦାରଖ କରିବା ପରେ ସେ ତାଙ୍କ ବରିଷ୍ଠ ପୋଷ୍ଟାଲ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବାଦୀ ବିଶ୍ୱାଳଙ୍କୁ ଅବଗତ କରିବା ସହ ତଲସରା ପୋଲିସକୁ ଜଣାଇଥିଲେ । ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଥିବା ଜଣାପଡିଛି ।
ସବଡେଗା ମୁଖ୍ୟ ପୋଷ୍ଟ ଅଫିସ ମଧ୍ୟରାତ୍ରୀରେ ପଛପଟ କବାଟ ଭାଙ୍ଗିଚୋରି ଉଦ୍ୟମ
|
October 12, 2021 |