ସୁନ୍ଦରଗଡ଼ ତା;୨୯/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଜି ସବଡେଗା ବ୍ଲକ ନବ ନିର୍ମିତ ପଞ୍ଚାୟତ ଗୃହକୁ ବଲୋକଙ୍କ ଅଧିକାରୀ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା ଆନୁଷ୍ଠାନିକ ଭାବେ ଉତଘାଟନ କରିଛନ୍ତି । ଏହି ଉତଘାଟନ ଉତ୍ସବରେ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଜାତା ଲାକଡ଼ା, ନାଏକ ସରପଞ୍ଚ ଶୁଭେନ୍ଦୁ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ନାଏକ, କନିଷ୍ଠ ଯନ୍ତ୍ରୀ ଦେବୀପ୍ରସାଦ ଦାସ, ଗ୍ରାମସାଥୀ ଗଣେଶ ମହାଳିଙ୍ଗଙ୍କ ସମେତ ପଞ୍ଚାୟତର ସମସ୍ତ ୱାଡ଼ର ସଭ୍ୟ ଉପସ୍ଥିତ ଥିଲେ । ଏହି ପଞ୍ଚାୟତ ଗୃହ ତେଇଶି ଲକ୍ଷ ଅଟକଲରେ ତିଆରି ହୋଇଥିବାର ପଞ୍ଚାୟତ ଅଧିକାରୀ ସୁଚନା ଦେଇଛନ୍ତି ।
ସବଡେଗା ବ୍ଲକ ନବ ନିର୍ମିତ ପଞ୍ଚାୟତ ଗୃହ ଉଡଘାଟନ
|
December 30, 2021 |
