ସୁନ୍ଦରଗଡ ୨/୬/୨୦୨୧ ରିଖ ( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଅଧ୍ୟକ୍ଷଙ୍କ ମାଆ ଙ୍କ କରୋନା ରେ ମୃତ୍ୟୁ ଘଟିଛି । ଗତ ୧୯ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କରୋନା ଟେଷ୍ଟ କରାଯାଇ ଥିଲା । ଟେଷ୍ଟ ରିପୋର୍ଟ ପୋଜିଟିଭ ହେବାରୁ ତାଙ୍କୁ ସୁନ୍ଦରଗଡ ଜିଲ୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସI କରାଯାଉଥିଲା । ଶ୍ରୀମତୀ ସୁବଦ୍ରା ବାରୁଆଙ୍କୁ ମୃତ୍ୟୁ ବେଳକୁ ୭୧ବୟସ ହେଉଥିଲା ।ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନ ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପୁଅ ଶ୍ରୀଯୁକ୍ତ ମନୋଜ ବାରୁଆଙ୍କ ସମେତ ସମସ୍ତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଜି ଅପରାହ୍ନରେ ତାଙ୍କର ଶେଷ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ଭାବରେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ ।
ସବଡେଗା ବ୍ଲକ ଅଧ୍ୟକ୍ଷଙ୍କ ମାଆଙ୍କ କରୋନାରେ ମୃତ୍ୟୁ
|
June 3, 2021 |