ସୁନ୍ଦରଗଡ଼ ତା:୩୦/୧୨/୨୦୨୧ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପର୍ଯାୟ ପୂର୍ବରୁ ସବଡେଗା ବ୍ଲକର ପ୍ରାୟ ପ୍ରତ୍ୟେକ ପଞ୍ଚାୟତ ର ନୂତନ ଭବନ ଗୃହ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କ ଦ୍ୱାରା ଉତଘାଟିତ ହୋଇଚାଲିଛି । ଏହି କ୍ରମରେ ସବଡେଗା ବ୍ଲକର ଯାଇସର ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହକୁ ଫକୀର ଓରାମଙ୍କ ତତ୍ୱାବଧାନରେ ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା ଉତଘାଟନ କରିବା ସଙ୍ଗେ ସଙ୍ଗେ ଯମୁନା ପଞ୍ଚାୟତରେ ସରପଞ୍ଚ ସୁକାନ୍ତି ଗିଧିଙ୍କ ତତ୍ୱାବଧାନରେ ବିଡ଼ିଓ ନାରାୟଣୀ ପଣ୍ଡା ନବ ନିର୍ମିତ ପଞ୍ଚାୟତ ଗୃହ ଉତଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଇସର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ପଟେଲ, ଯମୁନା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଖୀରାମ ଗୁରୁ ସମେତ ସମସ୍ତ ୱାଡ଼ ସଭ୍ୟ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ପଞ୍ଚାୟତ ଗୃହ ନୂତନ ନିର୍ମାଣ ପରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସାଧିତ ହେବାର ବ୍ଲକ ଅଧିକାରୀ ମତବ୍ୟକ୍ତ ଦେଇଛନ୍ତି ।
ସବଡେଗା ବ୍ଲକର ଯମୁନା ଓ ଯାଇସର ନୂତନ ପଞ୍ଚାୟତ ଗୃହ ଉଦଘାଟିତ
|
December 31, 2021 |



