ସବଡେଗା ବ୍ଲକର ବିଭିନ୍ନ ପଞ୍ଚାୟତର ଏନଆରଇଜିଏସ କାର୍ଯ୍ୟରେ ବାଟମାରଣା

Spread the love

ସୁନ୍ଦରଗଡ ତା:୨୫/୯/୨୦୧୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ବହୁତ ପଞ୍ଚାୟତ ରେ “ଏନଆରଇଜିଏସ” କାମରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଗରିବ ମୂଲିଆ ମାନେ ଯେଉ ପରିମାଣରେ କାମ କରିଛନ୍ତି ସେତିକି ଟଙ୍କା ତାଙ୍କ ଆକାଉଣ୍ଟ ରେ ପଶୁ ନ ଥିବା ଅଭିଯୋଗ ହେଉଛି ।, କିରାଳଗା ଗ୍ରାମପଞ୍ଚାୟତ ର କଡୋପନି ଠାରେ ଏନଆରଇଜିଏସ ତରଫରୁ ଫିଲ୍ଡ ମାଟି କାମ ହେଉଛି ସେଠାରେ ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ତାଙ୍କ ଠାରୁ ଏନଆରଇଜିଏସ କାର୍ଯ୍ୟ ମଞ୍ଜୁର କଲେ ଟଙ୍କା ଲାଗିବ କହି ଶ୍ରମିକମାନଙ୍କ ଠାରୁ ଟଙ୍କା ଆଦାୟ ହେଉଥିବା ସୂଚନା ରହିଛି । ତା ସହିତ ଦେଓଗାଁ ଗ୍ରାମପଞ୍ଚାୟତ ର ଡିଡଗା ଠାରେ ମାଟି କାମ କରିଥିବା ଲୋକଙ୍କ ଆକାଉଣ୍ଟ ରେ ସେମାନେ ଯେତେ ପରିମାଣର କାମ କରିଛନ୍ତି ତାଙ୍କର ସେହି ପରିମାଣର ଟଙ୍କା ଆକାଉଣ୍ଟ କ ଆସୁନ ଥିବା ଅଭିଯୋଗ ବିଶେଷ ସୂତ୍ରରୁ ସୂଚନା ରହିଛି । ,ଏହି ପରି ଭାବେ ବହୁତ ପଞ୍ଚାୟତ ରେ ପଥଭ୍ରାନ୍ତ କାରବାର ହେଉଛି , ଏଣୁ ଏହି ସବୁ କାର୍ଯ୍ୟର ବିଶେଷ ତଦନ୍ତ ହେବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ବିଷୟରେ ତଦାରଖ କରି ଶ୍ରମିକ ମାନେ ଯେଉଁଭଳି ଭାବେ ବିନା ଟଙ୍କା ଦେଇ କାମ ପାଇ ପାରିବେ ଏବଂ ସେମାନେ ଯେତେ କାମ କରିଛନ୍ତି ତାଙ୍କର ଉଚିତ କାମର ଟଙ୍କା ପାଇ ପାରିବେ ତାର ଉଚିତ୍ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।

Related Posts

About The Author

Add Comment