ସୁନ୍ଦରଗଡ ତା:୬/୭/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସବଡେଗା ବ୍ଲକର ଦେଓଗାଁ ପଞ୍ଚାୟତରେ କୋଭିଡ ଟେଷ୍ଟ ସହ ଟୀକାକରଣ କରା ଯାଇଛି ।ଏହି କ୍ରମରେ ୩୩୦ଜଣଙ୍କୁ ଟୀକାକରଣ କରାଯାଇଛି । ବ୍ଲକରେ ଦ୍ରୁତମାତ୍ରାରେ କୋବିଡ଼ ସଂକ୍ରମଣକମିବାରେ ଲାଗିଛି ପ୍ରଶାସନର ଅକାଳ ପରିଶ୍ରମ ଓ ଡାକବାଦୀ ଯନ୍ତ୍ର ମାଧ୍ୟମରେ ପ୍ରତେକ ଅଞ୍ଚଳରେ ସଚେତନତା ବାର୍ତା ପହଞ୍ଚାଇବା ଫଳରେ ଏହା ଫଳପ୍ରଦ ହୋଇଥିବାର ସୂଚନା ମିଳିବା ସହିତ ସ୍ଵାସ୍ଥ୍ୟ ବିଭାଗର ରୀତିମତ ଭାବରେ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ ଫଳପ୍ରଦ ହୋଇଛି । ଲୋକେ ସଚେତନ ହେଲେ ଯାଇ ଏହି ମହାମାରୀ ଦୁରହେବ ବୋଲି ବ୍ଲକ ଚିକିଷାଧିକାରୀ ଜଣାଇଛନ୍ତି । ଏହି ଟୀକା କରଣରେ ଟେଷ୍ଟ ସମୟରେ ଜଣେ ପୋଜିଟିଭ ହେବାର ସୂଚନା ସ୍ଵାସ୍ଥ୍ୟ ବିଭାଗ ତରଫରୁ ମିଳିଛି ।
Attachments area



