ସୁନ୍ଦରଗଡ, ୨୫/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସବଡେଗା ବ୍ଲକରେ ଚଳିତ ମାସ ୨୪ତାରିଖରୁ ୧୪୬ ଗୋଟି ଅଙ୍ଗନବାଡି କର୍ମୀ ମାନ ଙ୍କୁ ନିଜ ନିଜ ଅଞ୍ଚଳର ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷଣ କରିବାପାଇଁ ଥରମୋମିଟର ଓ ଅକ୍ସୀମିଟର ପ୍ରଦାନ କରାଯାଇଛି ।ଉକ୍ତ ଉପକରଣରେ ଘରକୁ ଘର ବୁଲି ଆଶା କର୍ମୀମାନେ ଥଣ୍ଡା, କାଶ,ଜ୍ୱର ଓ କରୋନା ଜନିତ ରୋଗ ପରୀକ୍ଷଣ କରି ଯଥାଶୀଘ୍ର ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇ ତାର ଉପଚାର କରାଯିବାର ଧାର୍ଯ୍ୟ ହୋଇଛି । ଆଶା କର୍ମୀ ମାନଙ୍କୁ ପରୀକ୍ଷା ନିମନ୍ତେ ଏହି ଉପକରଣ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ବେଳେ ପଞ୍ଚାୟତ ମାନଙ୍କୁ ଡିଆରଡିଏ ତରଫରୁ ପ୍ରଦାନ କରିବାର ସୂଚନା ମିଳିଛି । ଜିଲ୍ଲା ତରଫରୁ ଦିଆଯାଇଇଥିବା ଉପକରଣ ଖରାପ ଥିବା କେତେକ ଅଙ୍ଗନବାଡି କର୍ମୀମାନେ ନିଜ ନାମ ଗୋପନ ରଖି ପ୍ରକାଶ କରିବା ଜଣାପଡିଛି । ଏହି ସବୁ ସ୍ୱାସ୍ଥ୍ୟ ର ଅବହେଳା ଜନସାଧରଣଙ୍କୁ ମହାମାରୀ ସମୟରେ କେତେ ଅସୁବିଧାରେ ପକାଇବ ତାହା ଦେଖିବା ସହିତ ଏହି ଅବହେଳିତ ପଦକ୍ଷେପ ଆଗକୁ କୋଉ ରୂପ ନେବ ତାହା ଚିନ୍ତାର ବିଷୟ ପାଲଟିଛି ।
ସବଡେଗା ବ୍ଲକରେ ଆଙ୍ଗନବାଡ଼ି କର୍ମୀ ଙ୍କୁ ପ୍ରଦାନ ଅକ୍ସୀମିଟର ଓ ଥରମୋମିଟର ଅଧିକାଂଶ ଅଚଳ ,ବ୍ୟବସ୍ଥା ଅଚଳ ଅଭିଯୋଗ
|
May 26, 2021 |