ସବଡେଗା ପିଡବ୍ଲୁଡି ଅଫିସରେ ତାଲା ଓ ପରିସର ପାଇଖାନା ରୂପେ ବ୍ୟବହୃତ

Spread the love

ସୁନ୍ଦରଗଡ ତା:୨୧/୪/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକର ମୁଖ୍ୟ ରାସ୍ତାରେ ଥିବା ପିଡବ୍ଲୁଡି ଅଫିସର ମୁଖ୍ୟ ଗେଟରେ ଅନେକ ସମୟ ଧରି ତାଲା ଝୁଲୁଥିବା ର ଦେଖିବାକୁ ମିଳିଛି । ଅଫିସ କର୍ମକର୍ତା ସହିତ କତ୍ତୃପକ୍ଷଙ୍କ ଦେଖା ମିଳୁ ନ ଥିବା ସାଧାରଣରେ ଅଭିଯୋଗ ଆସୁଛି । ଅନେକ ସମୟ ଧରି କରମଡିହି ରୁ ଛ8ତିଶଗଡ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଖରାପ ସହିତ ସବଡେଗା ପିଡବ୍ଲୁଡି ଅଫିସ ପାଖରୁ ସବଡେଗା ବାକୋପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟଧିକ ଖରାପ ହୋଇପଡିଛି । ଅନେକ ଥର ବ୍ଲକ ପ୍ରସାସନ କୁ ଅବଗତ କରିବା ସହିତ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି । ଏହାକୁ ଅନେକ ଥର ଗଣମାଧ୍ୟମରେ ପ୍ରକାଶ କରାଯାଇଥିଲେ ମଧ୍ୟ କିଛି ସନ୍ତୋଷ ଜନକ ପ୍ରତିକ୍ରିୟା ମିଳିପାରି ନାହିଁ । ପିଡବ୍ଲୁଡି ଅଫିସରେ ଅନେକ ସମୟ ଧରି ତାଲା ଝୁଲୁଥିବାଆରୁ ଅଞ୍ଚଳବାସୀ ଅଫିସ ପରିସରକୁ ପାଇଖାନା ରୂପରେ ବ୍ୟବହୃତ କରୁଥିବା ଦେଖିବାକୁ ମିଳୁଛି । ପରିସରରେ ଅନେକ ପଶୁ ଯଥା ଛେଳି,କୁକୁର ପଶି ତାଙ୍କର ମଳ ଆବର୍ଜନାରେ ଭର୍ତି କରି ଆସୁଛନ୍ତି । ଏଥିରେ ଅଫିସ କତ୍ତୃପକ୍ଷ ତଥା ଜିଲ୍ଲା ପ୍ରସାସନ ଦୃଷ୍ଟି ନ ଦେବାରୁ ଏଥିରେ ରାଜନୈତିକ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଥିବାର ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି । ଆଉ କେତେ ଆଇନ ଆଖିରେ ଅନ୍ଧପିଟୁଲି ବାନ୍ଧି ରଖିବ ତାହା ଦେଖିବା ବାକି ରହିଲା ।

Related Posts

About The Author

Add Comment