ସୁନ୍ଦରଗଡ ତା:୧୦/୧୧/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ପଞ୍ଚାୟତ ଅଧିନରେ ନୂତନ ଭାବେ ଗଢି ଉଠିଥିବା ଧର୍ମପଦ ମାର୍କେଟ କମ୍ପ୍ଲେକ୍ସ ରେ ଏକ ପରିତ୍ୟକ୍ତ ନଳକୂପକୁ କେହି ଜଣେ ଖୋଲିଦେଇଥିବା ସୂତ୍ରରୁ ଜଣାପଡିଛି । ଏହି କାରଣରୁ କମ୍ପ୍ଲେକ୍ସ ପରିସରରେ ଅନବରତ ଆବର୍ଜନା ପରିବେଶ ରହୁଥିବା ଦେଖିବାକୁ ମିଳୁଛି ।ଯାହା ଫଳରେ ଦୋକାନୀ ମାନେ ଦୋକାନ ଖୋଲିବାକୁ ଇଚ୍ଛା କରୁ ନ ଥିବା ଦେଖିବାକୁ ମିଳିଛି ।ଆଜିର ସମୟରେ ସବଡେଗା ବସଷ୍ଟାଣ୍ଡ ରେ ପାନୀୟଜଳ ପାଇଁ ୨୪ଘଣ୍ଟା ଧରି ସୁବିଧା କରାଯାଇଛି। ଅଞ୍ଚଳର ଲୋକେ ଏହାର ସୁବିଧା ନେଉଥିବା ବେଳେ ଯିବା ଆସିବା କରୁଥିବା ପ୍ରତ୍ୟେକ ସାଧାରଣ ଜନତା ଏହାର ଲାଭ ନେଉଛନ୍ତି ।ଏହି ନଳକୂପ ଦ୍ଵାରା ପରିପାର୍ଶ୍ଵ ଦୂଷିତ ହେବାରେ ଲାଗିଛି ।ତା ସହିତ ଲୋକ ଅନେକ ଆବର୍ଜନା ସବୁ ଏହି ମାର୍କେଟ ପରିସରରେ ଫୋଫାଡ଼ିବା ଦ୍ଵାରା ତାହା ସମ୍ମୁଖ ନାଲିରେ ପଶି ନାଲି ମୁଁହ ବନ୍ଦ କରିବା ସହ ଅନବରତ ଗନ୍ଧ ହେଉଥିବା ସୂଚନା ରହିଛି । ଅତିଶୀଘ୍ର ସ୍ଥାନୀୟ ପ୍ରଶାସନ ଏଥିରେ ଦୃଷ୍ଟି ଦେଇ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ସବଡେଗା ଧର୍ମପଦ ମାର୍କେଟ କମ୍ପ୍ଲେକ୍ସ ସ୍ୱଚ୍ଚ ଭାରତ ଅଭିଯାନର ମୁକସାକ୍ଷୀ, ଦୋକାନୀ ହେଉଛନ୍ତି ହଟହଟା
|
November 10, 2025 |



