ସୁନ୍ଦରଗଡ଼ ତା: ୨୬/୨/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)। ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକରୁ ଆସିଛି ଏକ ବଡ଼ ଖବର । କେନ୍ଦ୍ର ସରକାର ଡାକ ସେବାକୁ ଅତ୍ୟାଧୁନିକ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ସବଡେଗା ଡାକ ଅଫିସରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏଠାରେ ଲୋକେ ମୌଳିକ ସୁବିଧା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତା ସହିତ ପୋଷ୍ଟ ଅଫିସରେ ଚୋରି ହେବା ପ୍ରସଙ୍ଗ ସରକାରଙ୍କ କାର୍ଯ୍ୟ ଉପରେ ଏକ ବଡ ପ୍ରଶ୍ନ ପାଲଟିଛି । ସୂଚନା ଅନୁସାରେ ସବଡେଗା ପୋଷ୍ଟ ଅଫିସର ବ୍ୟବସ୍ଥାବିତ ପାଚେରୀ ନ ରହିବା, ଅଫିସ ପଛପଟ ବଣବୁଦାରେ ପୂର୍ଣ୍ଣ ହୋଇ ରହିବା,ପରିସରରେ ଶୌଚାଳୟ ଦୟନୀୟ ସ୍ଥିତିରେ ଥିବା ସହିତ ପରିପାର୍ଶ୍ୱରେ ମଦ ବୋତଲ ପଡ଼ି ରହିବା ,ପାନୀୟ ଜଳର ବ୍ୟବସ୍ଥା ସହିତ ବସିବା ବ୍ୟବସ୍ଥାର ବର୍ଷ ବର୍ଷ ଧରି ସମାଧାନ ନ ହେବା ଓଡ଼ିଶା ଡାକ ବିଭାଗ ପାଇଁ ଏକ ବଡ ପ୍ରଶ୍ନ ପାଲଟିଛି । ବିଶେଷ କରି କାଗଜପତ୍ର ଚୋରି ସହିତ ନଷ୍ଟ ହେବାର ଭୟ ରହୁଥିବା ଆଶଙ୍କା କରାଯାଉଛି ।ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏକାଧିକ କାମ କରିବାକୁ ପଡ଼ୁଛି, ଯାହାଦ୍ୱାରା ସେବା ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଛି । ମୁଖ୍ୟତଃ ସବଡେଗା ବ୍ଲକର କୁଲବା ଡାକ ଅଫିସରେ ପୂର୍ବରୁ ଅର୍ଥ ହେରଫେର ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ଗ୍ରାହକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଛି । ତା ସହିତ ଟଙ୍କା ଉଠାଣ ସହିତ ଅନ୍ୟାନ୍ୟ ସେବା ପାଇଁ ଲିଙ୍କର ବାରମ୍ବାର ତ୍ରୁଟି ଦେଖାଦେଉଥିବା ସୂତ୍ରରୁ ପ୍ରକାଶ ।ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସବଡେଗା ଡାକ ଅଫିସର ଅବସ୍ଥା ବିପର୍ଯ୍ୟସ୍ତ ଥିବା ବେଳେ ଲୋକେ ମୌଳିକ ସୁବିଧାରୁ ବଂଚିତ
|
February 26, 2026 |



