ସୁନ୍ଦରଗଡ ତା;୨୬/୨/୨୦୨୨( ସନ୍ଧାନ ନିଉଜ / ରାଜ୍ୟ ପଟେଲ) ସବଡେଗା ବ୍ଲକରେ ଭୋଟ ଗଣତି କଡା ପରିସ୍ଥିତି ଥିବା ବେଳେ ଦୁଇ ଦଳର ସ୍ଥିତି ଗୁରୁତର ରହିଛି । ଭୋଟ ଗଣତି ସଂସ୍କରଣରେ ବିଜେଡି ବିଜେପିରୁ ୭୦୯ଭୋଟରେ ଆଗୁଆ ଥିବା ବେଳେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି । ଏହି ଭୋଟ ଗଣତି ରେ ବିଜେଡି ଆଶାୟୀ ପ୍ରାର୍ଥୀ ୩୪୧୫ ଭୋଟ ପାଇଥିବା ବେଳେ ବିଜେପି ୨୭୦୬ ଭୋଟ ପାଇଛି,ସେହିପରି କଂଗ୍ରେସ ୨୦୮୨ ଭୋଟ ପାଇଥିବା ବେଳେ ଝାରଖଣ୍ଡ ମୁକ୍ତିମୋର୍ଚା ୨୦୩୩ ଭୋଟ ପାଇଛି । ଏଥିରୁ ୩୨୩ ଭୋଟ ନାକଚ ହୋଇଥିବା ଜଣାପଡିଛି । ଏହି ଭୋଟ ଗନ୍ତି ପ୍ରକ୍ରିୟା ସକାଳ ୬ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଛଅ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ଫାକଫଳ ମିଳିବାରେ ଆହୁରି ବିଳମ୍ବ ହେବବୋଲି ଜଣାପଡିଛି ।ଏହି ଭୋଟ ଗଣତି ପ୍ରକ୍ରିୟାରେ ଦଳର ସମର୍ଥକଙ୍କ ଭିଡ଼ ସହିତ ପୋଲିଙ୍ଗ ଏଯେଣ୍ଟ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତଲସରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ସୁଵିଧା କରାଯାଇଛି।
ସବଡେଗା “କ” ଯୋନ ରେ ବିଜେଡି ଓ ବିଜେପିର ଭୋଟ ଗଣତିରେ କଡ଼ା ଟକ୍କର
|
February 27, 2022 |



