ସୁନ୍ଦରଗଡ ତା:୫/୫/୨୦୧୨ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସରକାର ଦୁର୍ନୀତି ରୋକିବା ପାଇଁ ସିଧା ସଳଖ ଲୋକଙ୍କ ପାଖକୁ ସୁବିଧା ପହଂଚାଇବା ପାଇଁ ଆଧାର କୁ ବାଧ୍ୟତା ମୂଳକ କରିବା ବେଳେ ଆଧାର କେନ୍ଦ୍ରରେ ସାଧାରଣ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି I ତେବେ ଜନସାଧାରଣଙ୍କ ସୁବିଧା ପାଇଁ ସରକାର ପ୍ରତିଟି ବ୍ଲକ ରେ ଆଧାର କେନ୍ଦ୍ର ଖୋଲିବା ବେଳେ ଆଧାର କେନ୍ଦ୍ର ଖୋଲିଥିବା ବ୍ୟକ୍ତି ଲୋକମାନଙ୍କୁ ସୁବିଧା ଦେବା ନାମରେ ବ୍ୟାପକ ଲୁଟ ଚଳାଇଥିବା ଦେଖିବାକୁ ମିଳୁଛି I ଏହିପରି ଘଟଣା ଦେଖାଦେଇଛି ସୁନ୍ଦରଗଡର ସବଡେ଼ଗା ଏବଂ ବାଲିଶଙ୍କରା ବ୍ଲକ ରେ I ଆଧାର ସଂଶୋଧନ ନାମରେ ଲୋକଙ୍କ ଠାରୁ ୨୫୦ ଟଙ୍କା ନେଉଥିବା ଦେଖିବାକୁ ମିଳିଛି , ପୁଣି ଆଧାର ଫୋରମ ବାବଦ ୧୦ ଟଙ୍କା ଏବଂ ଉଚିତ ଡକୁମେଣ୍ଟ ନଥିଲେ ତା ବାବଦରେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ନକଲି ଷ୍ଟାମ୍ପ ବନେଇ ଅଧିକା ଟଙ୍କା ଦାବି କରୁଥିବା ସାଧାରଣରେ ଦେଖିବାକୁ ମିଳୁଛି I ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ସବୁ କାର୍ଯ୍ୟ ବ୍ଲକ ପରିସରରେ ଚାଲୁଥିବା ବେଳେ କାହାରି ଦୃଷ୍ଟି ଏଥିପ୍ରତି ନାହିଁ କିମ୍ବା ଏଥିରେ କୌଣସି ସରକାରୀ ଅଧିକାରୀ ସଂଶ୍ଲିଷ୍ଟ ଥିବା ଅନୁମାନ କରାଯାଉଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସରକାର ନୂତନ ଆଧାର ମାଗଣା ତଥା ଆଧାର ସଂଶୋଧନ ପାଇଁ ୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଲୋକଙ୍କ ଠାରୁ ୨୫୦ ଟଙ୍କା ପୁଣି ଫୋରମ ଏବଂ ଡକୁମେଣ୍ଟ ବାବଦକୁ ଅଲଗା ଟଙ୍କା ପୁଣି ଆଧାର ଆବେଦନ କଲାପରେ ରିଜେକ୍ଟ ହୋଇଗଲେ ପୁଣି ଥରେ ଲୋକଙ୍କଠାରୁ ୨୫୦ ଟଙ୍କା ଆଦାୟ କରୁଥିବା ଯୋଗୁ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଆଧାର କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟାଳୟରେ ହିଁ ହେବ ବୋଲି ସରକାର ନିୟମ ରଖିଥିବା ବେଳେ ଗ୍ରାମ ଗ୍ରାମ ବୁଲି ଆଧାର କାମ କରି ସାଧାରଣ ଲୋକଙ୍କ ଠାରୁ ପ୍ରଚୁର ମାତ୍ରାରେ ଟଙ୍କା ଲୁଟ ଚାଲିଥିବା ଦେଖିବାକୁ ମିଳୁଛି I I ତେବେ ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେବାପାଇଁ ଜନସାଧାରଣ ଦାବି କରିଛନ୍ତି I
ସବଡେଗା ଓ ବାଲିସଙ୍କରା ବ୍ଲକ ଆଧାର କେନ୍ଦ୍ରରେ ବ୍ୟାପକ ଦୁର୍ନୀତି
|
April 5, 2022 |