ସବଡେଗା ଓ ବାଲିସଙ୍କରା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ସ୍ଥିତି ,ଯାତାୟତ ବାଧାପ୍ରାପ୍ତ

Spread the love

ସୁନ୍ଦରଗଡ ତା: ୨୯/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ରୁ ବାଲିସଙ୍କରା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା କହିଲେ ନସରେ । ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ଯାଉଥିବା ବେଳେ ରାସ୍ତା ସାରା ପିଚୁ ମାନ ଉପୁଡିପଡିଛି ।ଏହି କାରଣରୁ ଯାତାୟତରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ମୁଖ୍ୟତଃ ବାଇକ ଆରୋହି ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ସମୟରେ ଏ ସବୁ ପରିସ୍ଥିତି ଅନେକାଂଶରେ ମୃତ୍ୟୁର କାରଣ ସଜୀବ ତାହା ତିଳେ ମଧ୍ୟ ସନ୍ଦେହ ନାହିଁ ।  ଏହି ଅସହନୀୟ ସ୍ଥିତିରେ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭୁଶୁଡି ପଡିବାର ଆଶଙ୍କା କରାଯାଉଛି । ଏହି ରାସ୍ତା କାମ ପାଇଁ ଅନେକ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ  ।ପ୍ରଶାସନର ଅପାରଗତା ଆଉ କେତେଦିନ ଜନସାଧରଙ୍କୁ ତଳିତଳାନ୍ତ କରିବ ତାହା ଦେଖିବାକୁ ବାକି ରହିଲା ବୋଲି ଜନସାଧରଣରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment