ସୁନ୍ଦରଗଡ଼ ତା:୮/୧/୨୦୨୨ ( ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ବ୍ଲକରେ କ୍ରମାଗତ ଭାବତେ କରୋନା ର ତୃତୀୟ ଲହର କାୟାବିସ୍ତାର କରିବାରେ ଲାଗିଛି । କରୋନା ର ପ୍ରଥମ ଓ ଦ୍ଵିତୀୟ ଲହରରେ କମ ବୟସ ର ଶିଶୁ ମାନଙ୍କୁ ପ୍ରଭାବ ପକାଇ ନ ଥିବା ବେଳେ ଏବେ ତୃତୀୟ ଲହରରେ ଏହା ଅନେକାଂଶରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ଏହି ପରିପେକ୍ଷିରେ ଆଜି ବ୍ଲକରେ ସର୍ବମୋଟ ୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଙ୍କ ଉପରେ ଏହାର ପ୍ରଭାବ ପଡିଛି ।ସବଡେଗା ଆଦର୍ଶ ବିଦ୍ୟାଳୟରେ ୨୯ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି କର୍ମରେ ଛାତ୍ରଛାତ୍ରୀ ଙ୍କ ସମେତ ଜଣେ ଶିକ୍ଷକ ସଂକ୍ରମିତ ହୋଇଥିବା ସୁତ୍ରରୁ ପ୍ରକାଶ , ସେହିପରି ଟାଙ୍ଗର ଗାଁ ରେ ୬ଜଣ ସଂକ୍ରମିତ ହୋଇଥିବା ବେଳେ ସବଡେଗାରେ ୧୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତ ସଂକ୍ରମିତଙ୍କୁ ସଂଘରୋଧରେ ରହିଥିବା ଜଣା ପଡ଼ିଛି । ଏହି ମହାମାରୀକୁ ପ୍ରତିହତ କରିବା ସକାଶେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ତରଫରୁ ସଚେତନ କରାଯାଉଥିବା ଜଣା ପଡ଼ିଛି ।
ସବଡେଗା ଆଦର୍ଶ ବିଦ୍ୟାଳୟରେ ୨୯ଜଣ କୋଭିଡ ପୋଜିଟିଭ , ବ୍ଲକରେ ୫୨ ଜଣ ପୋଜିଟିଭ
|
January 9, 2022 |
