ସବଡେଗାରେ ମହିଳା ସଂଗ୍ରାମ ସମିତି ମିଶନ ତରଫରୁ ଚାଟଶାଳୀର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୧୭/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସବଡେଗାର ଅଗ୍ରୀଆ ସମାଜର ସଭା ଗୃହରେ ମହିଳା ସଂଗ୍ରାମ ସମିତିର ଏକ ମୋ ଚାଟଶାଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ୨୫୦୦୦ ଶିକ୍ଷା ସାଥୀଙ୍କୁ ନେଇ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ୫ଲକ୍ଷରୁ ଉର୍ଦ୍ଧ ଶିଶୁକୁ ଶିକ୍ଷାର ସୁଯୋଗ ମିଳିବ । କରୋନା ମହାମାରୀ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ ଶିକ୍ଷା ଉପରେ ଯାହା କ୍ଷତି କରିଛି ତାର ଭରଣ ପାଇଁ ଏହା ଏକ ପ୍ରୟାସ ବୋଲି ସୁତ୍ରରୁ ଜଣାପଡିଛି ।ଏହି କାର୍ଯ୍ୟକ୍ରମ ପ୍ରାୟ ୧୭ଟି ଜିଲ୍ଲାରେ ହେବାର ସ୍ଥିର କରାଯାଇଛି । ଛାତ୍ରମାନେ କିପରି ଭାବରେ ଗୁଣାତ୍ମକ ଶିକ୍ଷାର ଲାଭ ପାଇବେ ତାହା ଚାଟଶାଳୀର ଲକ୍ଷ୍ୟ ବୋଲି ସଭା ସୁତ୍ରରୁ ଜଣା ପଡ଼ିଛି । ସରକାରଙ୍କ ତରଫରୁ କିଛି ସହଯୋଗ ମିଳିଲେ ଆଉ କିଛି ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ସମିତି ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment