ସୁନ୍ଦରଗଡ ତା:୧୬ /୯/୨୦୨୧(ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ଅଞ୍ଚଳରେ ଗତ କିଛି ସମୟରୁ ଚୋର ଦଳକୁ ଦମନ କରିବାରେ ତଲସରା ପୋଲିସ ସକ୍ଷମ ହୋଇଥିବା ବେଳେ ପୁଣି ଏହା ଏକ ନୂଆ ମୋଡ଼ରେ ପହଞ୍ଚିଛି ।ଗତକାଲି ବିଳମ୍ବିତ ରାତ୍ରିରେ ସବଡେଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ରି ସମୟରେ କାର୍ଯ୍ୟରତ ଥିବା ସୁରେଶ କୁମାର କୁଜୁରଙ୍କ ଘରୁ କବାଟ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ଆସିଛି ।ଶ୍ରୀଯୁକ୍ତ ସୁରେଶ କୁମାର କୁଜୁର ଏଥିପାଇଁ ତଲସରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏହି ଅଭିଯୋଗକୁ ଆଧାର କରି ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନେକ ଦିନରୁ ଏପରି ଚୋରି ଅଭିଯୋଗ ଲାଗିରହି ଥିବାରୁ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ଅତିଶୀଘ୍ର ଅଭିଯୁକ୍ତକୁ ଧରିବା ନେଇ ତଲସରା ପୋଲିସ ଆଶ୍ୱାସନା ଦେଇଛନ୍ତି ।
ସବଡେଗାରେ ପୁଣି ଚୋରଦଳ ସକ୍ରିୟ,କାର୍ଯ୍ୟରତ ଡାକ୍ତରଙ୍କ ଘରୁ ଚୋରି ଅଭିଯୋଗ
|
September 17, 2021 |


