ସୁନ୍ଦରଗଡ ତା:୨୭/୯/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଆଜି ସର୍ବ ଭାରତୀୟ ସ୍ତରରେ କୃଷକ ମୋର୍ଚା ତରଫରୁ ୧୦ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା ।ଏହି ଡାକରାକୁ ସଫଲ କରିବା ପାଇଁ କୃଷକ ସଂଘକୁ ସ୍ଥାନୀୟ କଂଗ୍ରେସ ଦଳ,ବିଜେଡି ଦଳ ସହ ସର୍ବଦଳୀୟ ସ୍ତରରେ
ଏହି ଡାକରାକୁ ସଫଳ କରିବାପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ପରିପେକ୍ଷିରେ ଅଂଚଳର ସମସ୍ତ ଦୋକାନ ବଜାର, କାର୍ଯାଳୟ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଏହା ସକାଳ ୬ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ନେଇ ସମସ୍ତ ଅଞ୍ଚଳବାସୀଙ୍କୁ ସହଯୋଗ କରିବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଂଗ୍ରେସ ତରଫରୁ ଶୁଭେନ୍ଦୁ ନାଏକ ନିବେଦନ କରିଥିଲେ । ତା ସହିତ ବିଜେଡି ପକ୍ଷରୁ ମନୋଜ ପଟେଲ ଓ କୃଷକ ମୋର୍ଚ୍ଚା ସଭାପତି ଗୁଳସନ ବାରୁଆ କୃଷି ପ୍ରତ୍ୟହାର ଦାବି ବିଷୟରେ ଅବଗତ କରିବା ସହ ୭୦୦ଚାଷୀ ଆଜିପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ଅବଗତ କରାଇଥିଲେ । କେନ୍ଦ୍ର ସରକାରଙ୍କ ଚାଷୀଙ୍କ ମନମୁଖୀ ଆଇନ ତଥା ଜିନିଷପତ୍ରର ଅନିୟତ୍ରୀତ ବୃଦ୍ଧିକୁ ଆମ ଭାରତର ୨୭ଟି ବିରୋଧୀ ଦଳ ବିରୋଧ କରି ଆସୁଥିବାବେଳେ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ଆସିଛି । ଏହି ବନ୍ଦ ଡ଼ାକରାରେ ସବଡେଗାର ସର୍ବଦଳୀୟ ସ୍ତରରେ ଅନୀଲ ବେହେରା ,ବିଶ୍ୱଜିତ ପଟେଲ, ଦୁଷ୍ମନ୍ତ ନାଏକ,ଏମଡିଜମିଲଉଦ୍ଦିନ, ଦିଲୀପ ଟେଟେ,ମାନଭଞ୍ଜନ ସେଟ,ଯଶୋବନ୍ତ ପୃଷ୍ଟି ପ୍ରମୁଖ ଯୋଗଦେଇ ସଫଳ କରିଥିଲେ ।
ସବଡେଗାରେ କୃଷକଙ୍କ ବନ୍ଦ ଡାକରା ସଫଳ, ସର୍ବଦଳୀୟ ନେତାଙ୍କ ସହଯୋଗ
|
September 28, 2021 |