ସବଡେଗାରେ ଅଲମ୍ପିଆନ ଅମିତ ରୋହିଦାସ ଙ୍କୁ ସ୍ୱାଗତ କରାଗଲା

Spread the love

ସୁନ୍ଦରଗଡ ତା:୨୨/୮/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଅଲମ୍ପିଆନ ଅମିତ ରୋହିଦାସ ନିଜ ଗାଁ ଅଭିମୁଖେ ସବଡେଗା ଦେଇ ଆସିବାକୁ ଥିବା ବେଳେ ସବଡେଗା ବସ ଷ୍ଟାଣ୍ଡ୍ରରେ ସକାଳ ୯ଟା ରୁ ଦୀର୍ଘ ଦୁଇ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଦୀର୍ଘ ଅପେକ୍ଷା ପରେ ଦିନ ୧୧ଟା ସମୟରେ ଅମିତ ରୋହିଦାସ ଆସିବା ପରେ ସର୍ବଦଳୀୟ ଓ ଅଞ୍ଚଳବାସୀ ସମସ୍ତେ ମିଶି ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।ଏହି ସ୍ୱାଗତ ଉତ୍ସବରେ ଶୁଭେନ୍ଦୁ ନାଏକ, ଚୁମନ ପଟେଲ,ବବଲୁ ଅଗ୍ରୱାଲ, ଏମଡି ନାଜିର ହୁସେନ,ସୁଜିତ ପଟେଲ,ଗୁଳସନ ବାରୁଆ,ବ୍ଲକ ଚେୟାରମେନ ତ୍ରିବେଣୀ ମାଝୀ ଉପସ୍ଥିତ ରହି ଫୁଲଗୁଚ୍ଛ ସହ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମୟରେ ତଲସରା ବିଧାୟକ ଭବାନୀ ସଙ୍କର ଭୋଇ ଓ ପୂର୍ବତନ ତଲସରା ବିଧାୟକ ପ୍ରଫୁଲ ମାଝୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment