ସୁନ୍ଦରଗଡ ତା:୨୬/୮/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ବଡ଼ଗାଁ ଥାନା ଅଞ୍ଚଳର ଝଣ୍ଟେଲବୁଡ଼ ସଫେଇ ନଦୀ ପୋଲ ଉପରେ ବନ୍ୟାପାଣି ବହୁଥିବା ବେଳେ ଏକ କୋଇଲା ଭରା ଟ୍ରଲର ଭାସିଗଲା । ଟ୍ରଲରଟି ରାଉରକେଲା ଦିଗରେ ଯାଉଥିବା ସମୟରେ ପୋଲ ଉପରେ ଜଳସ୍ତର ବେଶି ଥିବାରୁ ଗାଡ଼ିଟି ସମତୁଳନ ହରାଇ ନଦୀଭିତରକୁ ପଡ଼ିଯାଇଥିଲା। ଘଟଣା ସମୟରେ ଗାଡ଼ିରେ ଦୁଇ ଜଣ ଥିବା ସୂଚନା ରହିଛି ।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣେ ଉଦ୍ଧାର ହେବା ସହିତ ଡ୍ରାଇଭର ନିଖୋଜ ଅଛନ୍ତି । ବର୍ତ୍ତମାନ ନିଖୋଜ ଡ୍ରାଇଭରଙ୍କୁ ଖୋଜିବା ପାଇଁ ତିବ୍ର ଅଭିଯାନ ଚାଲିଥିବା ଜଣାପଡିଛି ।
ସଫେଇ ନଦୀରେ ଟ୍ରଲର ଦୁର୍ଘଟଣା,ଜଣେ ଉଦ୍ଧାର ଜଣେ ନିଖୋଜ
|
August 26, 2025 |



