ସଫଳ ହେଉଛି ଏସଏନଏମ ମିଶନବୁରୁସାହି ପ୍ରୟାସ: ସଚେତନ ହୋଇ ପିଲାଙ୍କୁ ପାଠ ପଢ଼ାଇବାକୁଅଣ୍ଟା ଭିଡ଼ିଲେ ବୁରୁସାହି ମହିଳା

Spread the love

ଜେନାପୁର/୨୩/୦୬( ସନ୍ଧାନ ନିୟୁଜ୍/(ସାଗରିକା ଦଳାଇ)ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ପଂଚାୟତ ର ବୁରୁସାହି କୋମଳ ମତି ପିଲାଙ୍କ ଅପପୁଷ୍ଟି ଓ ପ୍ରାଥମିକ ଶିକ୍ଷା ପାଇଁ ସବୁବେଳେ ଚର୍ଚ୍ଚା ରେ।ବୁରୁସାହି ବାସିନ୍ଦା ଦାଦନ ମୁହାଁ ଥିବା ବେଳେ କଷ୍ଟ ଭୋଗୁଛନ୍ତୁ କୁନି କୁନି ପିଲା। ପେଟ ଭୋକ ସହି ନପାରି ଭିକ୍ଷା ବୃତ୍ତି ଓ ଶିଶୁ ଶ୍ରମିକ ଭଳି ଉପାୟ ଅବଲମ୍ବନ କରିଥିବାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଛି।ସୂଚନା ଥାଉକି ପୂର୍ବରୁ ସଚେତନ ନାଗରିକ ମଞ୍ଚ ଓ ବିଭିନ୍ନ ଗଣ ମାଧ୍ୟମରେ ବୁରୁସାହି ରେ ଶୈଶବ ସଂକଟରେ ସୂଚନା ଦେବା ପରେ ଫେବୃଆରୀ ୭ ତାରିଖ ରେ ତିନି ଜଣ ନା ବାଳକ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିଲା।ବର୍ତ୍ତମାନ ର ପରିସ୍ଥିତି କୁ ଅନୁଧ୍ୟାନ କଲେ ବାରମ୍ବାର ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବା ପରେ ଅନେକ ଶିଶୁ ପାଠ ପଢିବାକୁ ଆଗ୍ରହୀ ଅଛନ୍ତି କିନ୍ତୁ ବିଭିନ୍ନ ସମସ୍ୟା ଭିତରେ ସେମାନେ ଶିଶୁ ଶ୍ରମିକ ଓ ଭିକ୍ଷା ବୃତ୍ତି ବି ଅପଣେଇ ନେବା ଦେଖିବାକୁ ମିଳୁଛି। ବିଶେଷ କରି ଗାଁ ର ମହିଳା ମାନେ ନିଜ ଛୁଆ ପିଲାଙ୍କୁ ଉପଯୁକ୍ତ ପାଳନ ପୋଷଣ ନକପାରିବା ଏବେ ବୁଝିବିକୁ ଆରମ୍ଭ କଲେଣି। ପିଲାଙ୍କ ପାଇଁ ପାଠ ପଢ଼ିବା ଜରୁରୀ ଭାବିଲେଣି।ଉଦାହରଣ ସ୍ୱରୂପ ଅସହାୟ ମହିଳା ବଲାମା ଵଂକିରା ନିଜ ଦୁଇ ଝିଅ ରେମା ଓ ରେବରେ କୁ ପୋଷିବା କଷ୍ଟ ହୋଇ ପଡ଼ିବାରୁ ସେମାନଙ୍କୁ ପାଠ ପଢ଼ିଇବାକୁ ପ୍ରଶାସନ ର ସହଯୋଗ ଲୋଡ଼ିଛନ୍ତି।ନିରୀହ ଅସଚେତନ ଆଦବାସୀ ମାନେ ନିଜ ପିଲାଙ୍କୁ ପଢାଇବାକୁ ସଚେତନ ହୋଇଥିବାରୁ ସମାଜ ପାଇଁ ଏକ ଶୁଭ ଲକ୍ଷଣ କହିଛନ୍ତି ସଚେତନ ନାଗରିକ ମଞ୍ଚ ର ଆବାହକ ସରୋଜ ବେହେରା ବୁରୁସାହି ର କୋମଳ ମତି ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ କୋଳେଇ ନେବାକୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରୋଜ ବେହେରା ପରମାନନ୍ଦ ସାହୁ ପଙ୍କଜ ମଲ୍ଲ ଗଗନ ମହାନ୍ତି ଯଶୋବନ୍ତ ସାହୁ ସୁବ୍ରତ ସାହୁ ସମର ପଣ୍ଡା ସୌମ୍ୟ ସାହୁ ପ୍ରଶାନ୍ତ ସାମଲ ସାଗରିକା ଦଳାଇ ତପନ ଦଳେଇ ମଳୟ ବଳ ସନ୍ତୋଷ ରାଉତ ସୌମ୍ୟ ପଣ୍ଡା ମଙ୍ଗୁଳି ସାହୁ ଶକ୍ତି ସାମନ୍ତ ପ୍ରମୁଖ ନିବେଦନ ରଖିଛନ୍ତି।

Related Posts

About The Author

Add Comment