ସଫଳ ସଂଗଠିକା ହେମଲତା ସାଜିଛନ୍ତି ଶତାଧିକ ମହିଳାଙ୍କ ମାର୍ଗଦର୍ଶକ

Spread the love

କପ୍ତିପଦା, 23/10(ସନ୍ଧାନ ନ୍ୟୁଜ୍); ପରୋପକାର ଓ ସମାଜସେବା ପାଇଁ ବଢୁଥିବା ପାଦକୁ ଅଟକାଇ ପାରେନି କୌଣସି ପ୍ରତିବନ୍ଧକ : ସହାୟତା ପାଇଁ ଲମୁଥିବା ହାତକୁ ବାନ୍ଧି ପାରେନି । ବୟସର ଫାଶ। କର୍ମନିଶା ଆଗରେ ବାକି ସବୁ ହାର୍ ମାନେ ଏହାକୁ ପ୍ରମାଣ କରିଥିବା ଜଣେ ସଫଳ ମହିଳା ହେଲେ କପ୍ତିପଦା ବ୍ଲକ୍ ବଡ଼ଖଲାଡ଼ି ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କ ପତ୍ନୀ ହେମଲତା ଶଝୁଆ(୬୧) | ହେମଲତାଙ୍କୁ ବାର୍ଦ୍ଧକ୍ୟ ଛୁଇଁଲାଣି। ହେଲେ ତଥାପି ଥକିନାହାନ୍ତି। ଜଣେ ସୁଗୃହିଣୀ ଭାବେ ସଂସାର ବୋଝ ସମ୍ଭାଳିବା ସହିତ ସମାଜସେବା, ସାହିତ୍ୟ, ରାଜନୀତି, ମହିଳାଙ୍କ ହକ୍ ପାଇଁ ଲଢ଼େଇ ସବୁ କ୍ଷେତ୍ରରେ ଏବେ ବି ଚଳିଳା ନିଜେ ସ୍ବାବଲମ୍ବୀ ହେବାସହ ଶତାଧିକ ମହିଳାଙ୍କ ପାଇଁ ସାଜିଛନ୍ତି ମାର୍ଗଦର୍ଶକ। ବଡ଼ଖଲାଡ଼ି ଗ୍ରାମର ସ୍ବର୍ଗତ ଗୋକୁଳ ଚନ୍ଦ୍ର ଓ ନିନିମଣୀ ଶଝୁଆଙ୍କ ଝିଅ ହେମଲତା ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରୀ ଜୀବନରୁ ଜନସେବା ପ୍ରତି ଆଗ୍ରହୀ ଥିଲେ । ଖୁବ୍ କମ୍ ବୟସରେ ସେହି ଗ୍ରାମର ଗୋବିନ୍ଦଙ୍କୁ ବିବାହ କରି ସଂସାର ଯଞ୍ଜାଳରେ ବାନ୍ଧି ହୋଇଗଲେ। ହେଲେ ନିଜକୁ ସମାଜସେବାଠାରୁ ଅଲଗା କରି ପାରିନଥିଲେ। ପ୍ରଥମେ ପଞ୍ଚାୟତରେ ଏକ ସଂଗଠନ ତିଆରି କରି ନାରୀମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ କାର୍ଯ୍ୟ ଆରମ୍ଭ କଲେ । ଯାହା ଫଳବତୀ ହୋଇଥିଲା  ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ଗାଁ ଗାଁ ବୁଲି ମ୍ୟାଲେରିଆ ନିରାକରଣ, ମାତୃ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏଥିସହିତ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିଥିଲେ। ୨୦୦୧ ମସିହାରେ ବଡ଼ଖଲାଡ଼ିରେ ନବଦିଗନ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ୨୦୦୪ ମସିହାରେ ଏହି ପଞ୍ଚାୟତରେ ବିପିଏଲ୍, ଅନ୍ନପୂର୍ଣ୍ଣା ଓ ଅନ୍ତୋଦ୍ୟ ଯୋଜନାର ହିତାଧିକାରୀମାନଙ୍କୁ ଚାଉଳ ବଣ୍ଟନ ଦାୟିତ୍ବ ନେଇଥିଲେ। ଏଥିସହ ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ମାଛଚାଷ ଓ ବ୍ଲକ୍‌ସ୍ତରରେ ରନ୍ଧନ ଗ୍ୟାସର ଯୋଗାଣ କାର୍ଯ୍ୟ ହାତକୁ ନେଇଥିଲା। ୨୦୦୭ ମସିହାରେ ମାଛଚାଷ ପାଇଁ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ତତ୍କାଳୀନ ମସ୍ୟ, ପଶୁସଂପଦ  ବୟନ ଶିଳ୍ପ ମନ୍ତ୍ରୀ ଗୋଲକ ନାଏକଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ ହେମଲତା । ୨୦୧୮ ମସିହାରେ ରାଜ୍ୟରେ ଶ୍ରେଷ୍ଠ ସ୍ବୟଂ ସହାୟକ ଗୋଷ୍ଠୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ ମାନପତ୍ର, ଭୌମ୍ୟ ଫଳକ ସହ ନଗଦ ୧୦ ହଜାର ଟଙ୍କା ପୁରସ୍କାର ଦେଇଥିଲେ ମୁଖ୍ୟମନ୍ତ୍ରୀ। ସମାଜସେବା ସହ ଗଳ୍ପ, କବିତା, ପ୍ରବନ୍ଧ ଓ ସମାଲୋଚନାମୂଳକ ରଚନା କରନ୍ତି ହେମଲତା । ତାଙ୍କ ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ସ୍ଥାନ ପାଇଛି ତାଙ୍କ ସାହିତ୍ୟ କୃତୀ। ଏହିସବୁ ଗୁଣାବଳୀ : ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସଂଶିତ ହୋଇଛନ୍ତି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି। ଏବେ ଜିଲ୍ଲାର ଏକାଧିକ ସଂୟ ସହାୟିକା ଗୋଷ୍ଠୀର ପରାମର୍ଶଦାତା ଅଛନ୍ତି ହେମଲତା ୬୧ ବର୍ଷ ବୟସରେ ଜିଲ୍ଲା ମହିଳା ମହାସଂଘର ସଭାନେତ୍ରୀ ଭାବେ ମଧ୍ୟ କାର୍ଯ୍ୟ ତୁଲାଉଛନ୍ତି। ଏ ବୟସରେ ତାଙ୍କ କର୍ମତତ୍ପରତା, ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲଢ଼େଇ ଓ ସାହିତ୍ୟ ସାଧନା ଯୁବପୀଢ଼ିଙ୍କୁ ପ୍ରେରଣା ଦେବ ନିଶ୍ଚିତ।

Related Posts

About The Author

Add Comment