ବାରିପଦା, ୦୮/୧୦/୨୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- କୁଳିଅଣା ବ୍ଲକ ହାତୀମଡା ଗ୍ରାମରେ ପ୍ରାୟ ୪୫ପରିବାରର ଜନସାଧାରଣ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଖବର ପ୍ରକାଶିତ ହୋଇଥିଲା । ଏପରିକି ରାସ୍ତା ଓ ପୋଲ ନଥିବାରୁ ଲୋକେ ଛାତିଏ, ବେକେ ପାଣିରେ ଜୀବନକୁ ବାଜି ଲଗାଇ ନାଳ ପାରିହୋଇ ଦୈନ୍ୟାନ୍ଦିନ ଯାତାୟାତ କରୁଥିବା ଦେଖ୍ ବାକୁ ମିଳିଥିଲା । ତେବେ ଏ ସମ୍ପର୍କରେ ଗତ ଅକ୍ଟୋବର ୬ ତାରିଖ ମଙ୍ଗଳବାର) ଦୈନିକ ‘ସନ୍ଧାନ’ରେ ଖବର ପ୍ରକାଶିତ ହୋଇଥିଲା । ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିଲେ ଓଡିଶାର ଖୋଦ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳିର ଲୋକେ। ତେବେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାରିପଦା ଉପଜିଲ୍ଲାପାଳ ପି.ଅବୈଷା ରେଡ଼ି ଉକ୍ତ ଗ୍ରାମକୁ ଗସ୍ତକରି ଗ୍ରାମବାସୀଙ୍କ ସମସ୍ୟା ଏବଂ ତାର ସମାଧାନ ବିଷୟ ରେ ଆଲୋଚନା କରି ଥିଲେ । ଲୋକଙ୍କ ସମସ୍ୟାକୁ ଉପଲବ୍ଧ କରି ସାତ ଦିନ ମଧ୍ୟରେ ଅସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି କହିବା ସହ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବ୍ଲକ ଏବଂ ଜଳସେଚନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଲୋଚନା କରି ଗ୍ରାମବାସୀଙ୍କ ସହମତିରେ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ । ଗସ୍ତ ସମୟରେ ଉପଜିଲ୍ଲାପାଳଙ୍କ ସହ ଅନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ସପ୍ତାହ ମଧ୍ୟରେ ହେବ ଅସ୍ଥାୟୀ ପୋଲ
|
October 8, 2020 |


