ସନ୍ଧାନ ନିୟୁଜର ପ୍ରଭାବ: ଚଣ୍ଡିତଳ ପଂଚାୟତରେ ପାଚେରୀ ଦୁର୍ନିତି ଘଟଣା: ପିଡିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବନ୍ଦ ହେଲା କାର୍ଯ୍ୟ

Spread the love

ଚଣ୍ଡିଖୋଲ, ୨୪/୦୪ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ବିଭିନ୍ନ ସମୟରେ ଦୂର୍ନିିତି ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଚଣ୍ଡିତଳ ପଂଚାୟତରେ ଦୁର୍ନିତି ସୀମା ଟପିଛି । ପୂର୍ବରୁ ଏହି ପଂଚାୟତରେ ସମସ୍ତ ନରେଗା କାର୍ଯ୍ୟ ମେସିନ ସାହାର୍ଯ୍ୟରେ କରାଯାଇ କୋଟି କୋଟି ଟଙ୍କା ଲୁଟୁ ହୋଇଥିବା ବେଳେ ଅନ୍ୟାନ ସମସ୍ତ ଯୋଜନାରେ ମଧ୍ୟ ସବାର୍ଧିକ ଲୁଟୁ ହୋଇଥିବା ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ ଯେଉଁ ଯୋଜନା ଗୁଡିକ ୫ବର୍ଷ ଯିବା କଥା ତାହା ମିଆଦି ପୂର୍ବରୁ ନଷ୍ଟ ହେବା ସହ ଖରାପ ହୋଇଯାଉଛି । ଏବେ ପୁଣି ଏକ ମହାଦେବ ମନ୍ଦିର ପାଚେରୀ ନିର୍ମାଣରେ ବ୍ୟାପକ ଦୁିର୍ନିତ ହୋଉଥିବା ଜଣାପଡିବା ପରେ ଏହା ଉପରେ ବଡଚଣା ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଯାଜପୁର ଗ୍ରାମ ଉନ୍ନୟନ ସଂସ୍ଥାର ପକଳ୍ପ ନିର୍ଦ୍ଦେଶକ ଦୃଷ୍ଟି ଆକର୍ଷଣ କରିବାରୁ ପିଡି ଏହାକୁ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ଚାଲିଥିବା ବେଳେ ପାଚେରୀ ନିର୍ମାଣରେ ସିମେଂଟ ବ୍ୟବହାର କରାନଯାଇ କେବଳ ବାଲି ପେଚ ଦିଆଯାଇ ଇଟା ବସାଯାଉଥିଲା । ଏହି ଘଟଣା ଲୋକଲୋଚନକୁ ଆସିବା ସହ ସାମିଜିକ ଗଣମାଧ୍ୟମ ଏହାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିବା ପରେ ପିଡି ଏପରି କାର୍ଯ୍ୟକୁ ବନ୍ଦ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ପରେ ବିଡିଓ କାର୍ଯ୍ୟକୁ ବନ୍ଦ କରିଥିବା ଜଣାପଡିଛି । ବିଶେଷ ସୁତ୍ରରୁ ଏହି କାର୍ଯ୍ୟଟି ୪ର୍ଥ ଅର୍ଥ କମିଶନ ଯୋଜନାର ଅର୍ଥରେ ଏହି ନିର୍ମାଣ ଚାଲିଥିଲା । ଏ ସମ୍ପର୍କରେ ୨ଦିନ ପୂର୍ବରୁ ବିଡିଓଙ୍କ ପଚରାଯିବା ସମୟରେ ତାଙ୍କ ପାଖରେ ଫାଇଲ ମହଜୁଦ ନଥିବା ସେ କହି ଖସି ଯାଇଥିଲେ । ତେବେ ପିଡିଙ୍କ ନିର୍ଦ୍ଦେଶ ପରେ ବିଡିଓଙ୍କ ଚେତା ପସିବା ସହ ସେ କାର୍ଯ୍ୟ ବନ୍ଦ କରିବା ଘଟଣା ସାଧରଣରେ ଆଲୋଚନାର ବିଷୟବସ୍ତୁ ହୋଇଛି ।

ଏହି ପଂଚାୟତରେ ଏବେ ବାତୁଅ ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ପାଚେରୀ ନିର୍ମାଣ ଚାଲିଛି । ଏହି କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଇଟା ମଧ୍ୟ ବହୁତ ନିମ୍ନ ମାନର । ପଂଚାୟତରେ ଅଧିକାଂଶ ଲୋକେ ଦଳିତ ଆଦିବାସୀ ହୋଇଥିବାରୁ ସେମାନଙ୍କ କରାୟତ କରି ପଂଚାୟତ ସ୍ତରୀୟ ନେତା ମାନେ ଲୁଟପାଟ ଚଳାଇଛନ୍ତି । ମନ୍ଦିରକୁ କିଛି ଟଙ୍କା ଦେବେ କହି ମନ୍ଦିର କମିଟିକୁ ହାତରେ ରଖି ଏଭଳି ଖରାପ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି । ଏପରକି ଏହି ଯୋଜନା ଉପରେ ପଂଚାୟତ ଅଧିକାରୀ ଏବଂ ବ୍ଲକର ଜେଇଙ୍କୁ ପଚାରିବାରେ କୌଣସି ଉତ୍ତର ଦେଉନାହାନ୍ତି ।

Related Posts

About The Author

Add Comment