ଧର୍ମଶାଳା, ୦୨/୦୬ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ପାଟପୁର ପଂଚାୟତରେ ଚୋକଡା ଗ୍ରାମରେ ୬ଟି ଗରିବ ଲୋକଙ୍କ ଘର ବାତ୍ୟ ଅମ୍ପାନ ପ୍ରଭାବରେ ଭାଙ୍ଗିଯାଇଥିଲା । ଏହାକୁ ନେଇ ସେତେବଳେ ତହସିଲ ପ୍ରଶାସନ କୌଣସି ତଦନ୍ତ କରିନଥିବା ବେଳେ କୌଣସି ସହାୟତା ପ୍ରଦାନ କରିନଥିଲେ । ପାଟପୁରର ସମିତସଭ୍ୟ ସୁବତ୍ର ଧଳ ମଧ୍ୟ ଅମ୍ପାନ କ୍ଷତିଗ୍ରସ୍ତଙ୍କୁ ଭେଟିବା ସହିତ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ । ଏନେଇ ସନ୍ଧାନ ନିୟୁଜ ଏକ ଖବର ‘ଅମ୍ପାନ ପ୍ରଭାବରେ ଭାଙ୍ଗିଛି ଘର, ସହାୟତା ଦାବି କଲେ ସମିତିସଭ୍ୟ’ ଏକ ଖବର ପ୍ରକାଶ କରିଥିଲା । ଖବରକୁ ଭିତ୍ତି କରି ଆଜି ତହସିଲପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ମାନସ ରଞ୍ଜନ ବେଜ କ୍ଷତିଗ୍ରସ୍ତ ପରିବାରକୁ ଭେଟି ତନଖି କରିଛନ୍ତି । ଖୁବ ଶୀଘ୍ର ସହାୟତା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସନ୍ଧାନ ନିୟୁଜର ପ୍ରଭାବ; ଅମ୍ପାନରେ ଭାଙ୍ଗିଥିବା ଘରର ତନଖି କଲେ ରାଜସ୍ୱ ନୀରୀକ୍ଷକ
|
June 2, 2020 |
