ବାରିପଦା, ୧୨/୦୭ (ସନ୍ଧାନ ନିଉଜ) – କରୋନା ପାଇଁ ଦିନ ମଜୁରିଆ ଗରିବ ଖଟିଖିଆ ଲୋକମାନେ କାମଧନ୍ଦା ନ ପାଇ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳେ ମନରେଗା ଯୋଜନାରେ ମଜୁରିଆ ଭାବେ କାମ କରୁଥିବା ଲୋକଙ୍କୁ ଦୀର୍ଘଦିନ ହେଲା ମଜୁରି ମିଳୁନି। ଏପରିକି କାମ କରୁ ନଥିବା ଲୋକଙ୍କ ନାଁରେ କର୍ତ୍ତୃପକ୍ଷ ଟଙ୍କା ଉଠାଇ ନେଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ଦିଆଯାଉନି। ଏହାର ପ୍ରତିବାଦ କଲେ ମାଡ଼ ମରିଯିବା ସହ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏନେଇ ଥାନାରେ ଅଭିଯୋଗ କଲେ ପୁଲିସ୍ କିଛି ସୁଣୁ ନାହିଁ ବୋଲି ଖୁଣ୍ଟା ଥାନା ଅଧୀନ ସାଇଁକୁଳା ପଞ୍ଚାୟତର ସସ୍ମିତା ପତି ଜିଲ୍ଲାଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗ ମୁତାବକ,ଲକ୍ ଡାଉନ୍ ଖୋଲିବା ପରେ ସାମାଜିକ ଦୂରତା ରଖି ମନରେଗା ଯୋଜନାରେ କାମ କରିବାକୁ ପ୍ରଶାସନ ଅନୁମିତି ଦେଇଥିଲା। ଫଳରେ ଦୀର୍ଘଦିନ ଘରେ ବସିରହିବା ପରେ ଦିନମଜୁରିଆମାନେ ଟିକେ ଆସ୍ବସ୍ତି ପାଇଥିଲେ । ହେଲେ ସସ୍ମିତା ପତିଙ୍କ ସମେତ ଅନ୍ୟମାନେ କାମ କରି ମଧ୍ୟ ଦୀର୍ଘଦିନ ହେଲା ମଜୁରି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।ଏନେଇ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ କର୍ତ୍ତୃ ପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।ହେଲେ ସେମାନେ ବକେୟା ମଜୁରିଆ ଦେବା ପ୍ରତିବଦଳରେ ସମୟ ଗଡ଼ାଇ ଚାଲୁଥିଲେ। ଏନେଇ ତାଙ୍କ ସାନ ଭାଇ ଲକ୍ଷ୍ମୀନାରାୟଣ ପତି ରାସ୍ତାରେ ଏକୁଟିଆ ଯାଉଥିବା । ବେଳେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଓ ସ୍ଥାନୀୟ କିଛି ଲୋକ ଯୋଜନାବଦ୍ଧ ଭାବେ ମରାଣନ୍ତକ ଆକ୍ରମଣ କରିଥିଲେ। ଏବେ ସେ ବାରିପଦା ପିଆରଏମ୍ ମେଡ଼ିକାଲରେ ଚିକିଧିନ ଅଛନ୍ତି। ଏନେଇ ସ୍ଥାନୀୟ ଖୁଣ୍ଟା ଥାନାରେ ମଧ୍ୟ ସସ୍ମିତା ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ନ୍ୟାୟ ଦେବା ବଦଳରେ ଓଲଟା ଏକ ମାମଲା ରୁଜୁ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସନ୍ଧାନର ପ୍ରଭାବ: ମନରେଗା ଦୁର୍ନୀତି ମାମଲା ଏସ ପି ଙ୍କ କାନରେ ପଡିଲା ପୁଣି ଅଭିଯୋଗ
|
July 12, 2020 |
