ସନ୍ତେଇପୁଟ ଛକରେ ଡକାୟତି: ୬୦ହଜାର ଟଙ୍କା, ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ଲୁଟ

Spread the love

ବୈପାରିଗୁଡା,୬/୫ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ସନ୍ତେଇପୁଟ ଛକରେ ଡକାୟତି ହୋଇଥିବା ଜଣାପଡ଼ିଛି ।ସନ୍ତେଇପୁଟ ଠାରୁ ବୈପାରୀଗୁଡା ଅଭିମୁଖେ ଯାଉଥିବା ବୈକୁଣ୍ଠ ଗୌଡ଼ ଙ୍କୁ କିଛି ଦୁର୍ବୁତ୍ତ ମାନେ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ୬୦ହଜାର ରୁ ଉର୍ଦ୍ଧ୍ବ ଟଙ୍କା ସହିତ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ନେଇଥିବା ଜଣାପଡ଼ିଛି ।ଏହା ପରେ ବୈକୁଣ୍ଠ ଗୌଡ଼ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେବା ପରେ ବୈପାରିଗୁଡା ଥାନାରେ ଏକ ଏତଲା ଦେଇଥିବା ଜଣାପଡ଼ିଛି |ବୈକୁଣ୍ଠ ଗୌଡ଼ ଙ୍କୁ ଏହି ବିଷୟରେ ପଚାରିବାରୁ ଜୟପୁର ସ୍ଥିତ ସ୍ୱତନ୍ତ୍ର ମାଇକ୍ରୋ ଫାଇନାନ୍ସ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାମ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି | ସେ ୫ଟି ଗ୍ରାମ ରୁ ଟଙ୍କା ଆଦାୟ କରି ଶେଷରେ ସନ୍ତେଇପୁଟ ଗ୍ରାମରୁ ଟଙ୍କା ଆଦାୟ କରି ଜୟପୁର ଅଫିସ ଯାଉଥିବା ବେଳେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଛା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି ।ଏହି ତିନି ଜଣ ଅଜଣା ବ୍ୟକ୍ତି ହିଁ ଏକ ନିରଳା ସ୍ଥାନ ଦେଖି ଶ୍ରୀ ଗୌଡ଼ ଙ୍କ ଠାରୁ ବାଇକ ସହ ୬୦ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ନେଇଥିବା ପ୍ରକାଶ କରିଛନ୍ତି । ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଉକ୍ତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment