ଭଦ୍ରକ, 30/05/2021( ଆମ ଐତିହ/ପ୍ରଶାନ୍ତ ବାରିକ୍)। ବୋଝ ଉପରେ ଲଳିତା ବିଡା ପରି ଦୁଃଖ ଉପରେ ଦୁଃଖ ଛାଇ ପରି ଲାଗି ରହିଛି ଭଦ୍ରକ ବାସି ଙ୍କ ପାଇଁ। ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି, ତିହିଡି, ଧାମନଗର, ବାସୁଦେବପୁର ଆଦି ବ୍ଲକ ଗୁଡ଼ିକ ର କେତକ ପଞ୍ଚାୟତ ଗୁଡିକରେ ପ୍ରାୟ ଅଧିକାଂଶ ଲୋକ ମଧ୍ୟମ ଶ୍ରେଣୀ ଅଟନ୍ତି । ଆଦି ବ୍ଲକ୍ ଗୁଡ଼ିକ ରେ ଲୋକ ମାନେ ମହାମାରୀ କୋରନା ରେ ନିଜର ଜୀବିକା ହରାଇ ଡହଳ ବିକଳ ରେ ଜୀବନ ଯାପନ କରୁଥିବା ବେଳେ ପୁଣି ବାତ୍ୟା ୟାସ ର ତାଣ୍ଡବ । ବିପଦରେ ଏବେ ବି ସନ୍ତୁଳି ହେଉଛନ୍ତି ବାତ୍ୟା ପୀଡ଼ିତ । ପୁଣି ବାତ୍ୟାରେ ସର୍ବାଧିକ ପ୍ରଭାବିତ ଭଦ୍ରକ ଜିଲ୍ଲାରୁ ଏବେ ଚାରିଆଡୁ ଆସୁଛି ଜଳବନ୍ଦୀର ଚିତ୍ର ।
ବାତ୍ୟା ଛାଡ଼ି ଯିବା ନିଜ ନିଜର ଝାଟି ମାଟିର କୁଡିଆ କୁ ନ ସଜା ଡୁଣୁ ପୁଣି ମାଡ଼ି ବସିଲାଣି ବନ୍ୟା ଜଳ। । ରାସ୍ତା ଘାଟରେ ପାଣି ଜମି ରହିଥିବାରୁ ଜୀବନ ଯାତ୍ରା ବ୍ୟାପକ ଭାବରେ ବାଧାପ୍ରାପ୍ତ ହୋଇଛି । ଏପରି କେତେକ ସ୍ଥାନରେ ମଧ୍ୟ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିବା ବେଳେ ଆଜି ଯାଏ ବି ଲୋକେ ଅନ୍ଧାର ର ରେ। ଚାଷ କ୍ଷତିଗ୍ରସ୍ତ କହିଲେ ନସରେ । ବିଲରେ ପଡ଼ିରହିଛି ଅମଳ କ୍ଷମ ଧାନ। ତର ବାରିଆ ଭାବେ ରାସ୍ତା ଉପରେ ଅମଳ କରାଯାଉଛି ଧାନ। ଆଉ କେତେକ ସ୍ଥାନରେ ମଧ୍ୟ ଆଜି ଯାଏ ଜମିରେ ରେ ପଡ଼ିରହିଛି। ଆଉ କିଛି ଦିନ ଯାଇଥିଲେ ଆନନ୍ଦରେ ଅମଳ କରିଥାନ୍ତେ ଅଞ୍ଚଳ ବାସି।
ବାତ୍ୟା ଯାଇଛି, ବନ୍ୟା ଆସିଛି । ଆଉ ଏହାରି ଭିତରେ କେଉଁଠି ଘାଇ ଭାଙ୍ଗିଛି, ତ ଆଉ କେଉଁଠି ଅତଡ଼ା ଖସିଛି । ଆଜି ଯାଏ ବି ରାତ୍ରି ରେ ଅନିଦ୍ରା ରହି ଜଗି ବସି ବାକୁ ପଡୁଛି। କିନ୍ତୁ କୌଣସି ପ୍ରଶାସନ ର ଆଜି ଯାଏ ଦେଖା ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବସୀ। ରିଲିଫ ବି ପହଂଚି ପାରୁନି।