ରସୁଲପୁର, ୧୪/୧୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ଗ୍ରାମ ଠାରେ ସତ୍ୟସାଇ କି୍ରକେଟ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ୍ ମ୍ୟାଚ୍ର ଆଜି ୭ମ ଦିବସରେ ବି.ଏମ୍.ସି.ସି ଗୋଳକୁଣ୍ଡ କି୍ରକିଟ୍ ଏକାଦଶ ଓ ବିଶ୍ୱଭାରତୀ କି୍ରକେଟ୍ ଏକାଦଶ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଆଜିର ମ୍ୟାଚ୍ରେ ବି.ଏମ୍.ସି.ସି ଗୋଳକୁଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରେ ୮ଗୋଟି ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଇମରାନ୍ ଖାନ୍ ୪୭ ରନ୍ ଓ ଲେଲିନ୍ ବଳ ୩୯ ରନ୍ ସଂଗ୍ରହ କରିଥିଲେ । ବିଶ୍ୱଭାରତୀ ତରଫରୁ ସୌରଭ ପରିଡ଼ା ୪୬ ରନ୍ ଦେଇ ୪ ଗୋଟି ୱିକେଟ୍ ଦଖଲ କରିଥିବା ବେଳେ, ଅଭିସେକ୍ ଜାଦବ ୧ ଗୋଟି ୱିକେଟ୍ ହାସଲ କରିଥିଲେ । ଜବାବରେ ବିଶ୍ୱଭାରତୀ କି୍ରକେଟ୍ ଏକାଦଶ ତାର ସମସ୍ତ ୱିକେଟ୍ ହରାଇ ୨୨.୩ ଓଭରରେ ୧୪୬ ରନ୍ ସଂଗ୍ରହ କରି ପରାଜୟ ସ୍ୱିକାର କରିଥିଲା । ଦଳ ତରଫରୁ ଲୋକରଞ୍ଜନ ରାଉତରାୟ ୨୭ ରନ୍ ଏବଂ ରୋସନ ସ୍ୱାଇଁ ୨୩ ରନ୍ ସଂଗ୍ରହ କରିଥିଲେ । ବି.ଏମ୍.ସି.ସି ଗୋଳକୁଣ୍ଡ କି୍ରକିଟ୍ ଏକାଦଶ ତରଫରୁ ହିମାଂଶୁ ଧଳ ୩୨ ରନ୍ ଦେଇ ୪ ଗୋଟି ୱିକେଟ୍ ଓ ଜ୍ୟୋତିରଂଜନ ଆଚାର୍ଯ୍ୟ ୨ଗୋଟି ୱିକେଟ୍ ଅକ୍ତିଆର କରିଥିଲେ । ଆଜିର ଖେଳରେ ରମଜାନ୍ ଖାଁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଆଜିର ଖେଳ ରମେଶ ମହାରଣା ଓ ଆଶୁତୋଷ ପାଣୀ ପରିଚାଳନା କରିଥିବା ବେଳେ, ପ୍ରିୟନାଥ ରାଉତ, ଅରୁଣ ପତି ଭାଷ୍ୟକାର ଓ ଚିନ୍ମୟ ଦଳାଇ, ସୁମନ୍ ସମ୍ବିତ ରାଉତ ସ୍କୋରର୍ ଥିଲେ । ଉକ୍ରଳ ଜେନା, ସରୋଜ ପାଢ଼ି, ମାଧବାନନ୍ଦ ଜେନା, ପ୍ରିୟବ୍ରତ ଗନ୍ତାୟତ ସହଯୋଗ କରିଥିଲେ । ଆସନ୍ତା କାଲି ଫାଇନାଲ ମ୍ୟାଚ୍ ସହିଦ୍ ସ୍ପୋଟିଙ୍ଗ ଭୂବନେଶ୍ୱର ଏବଂ ଆଜିର ବିଜେତା ବି.ଏମ୍.ସି.ସି ଗୋଳକୁଣ୍ଡ ମଧ୍ୟରେ ଅନୁଷ୍ଟିତ ହେବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।
ସତ୍ୟସାଇ କି୍ରକେଟ୍ ଆନୁକୁଲ୍ୟର ୭ମ ଦିବସ: ବି.ଏମ୍.ସି.ସି ଗୋଳକୁଣ୍ଡ ବିଜୟୀ
|
December 14, 2019 |



