ବାରିପଦା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): – ଜାନୁଆରୀ ୧୮ରୁ ଫେବୃଆରୀ ୧୭ ତାରିଖ ମଧ୍ୟରେ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ମାସ । ଏହି ମାସରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଡକ ସୁରକ୍ଷା ବାବଦରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ଅଂଚଳିକ ପରିବହନ ବିଭାଗ ଓ ବାରିପଦା ଟ୍ରାଫିକ ପୋଲିସର ମିଳିତ ସହଯୋଗରେ ବାରିପଦା ସହରରେ ଏକ ସଡକ ସୁରକ୍ଷା ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ଏହାକୁ ବାରିପଦା ଆଂଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସାଇକେଲ ରାଲି ବାରିପଦା ଅଂଚଳିକ ପରିବହନ କାର୍ଯ୍ୟାଳୟରୁ ବାହାରି ପାଲବଣୀ ଦେଇ ବଡି ଜଗନ୍ନାଥ ମନ୍ଦିର ସମ୍ମୁଖ, ମେନ ମାର୍କେଟ ମଧ୍ୟ ଦେଇ ସହର ପରିକ୍ରମା କରି ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ସଂଯୋଜନା କରିଥିବା ବେଳେ ଏଥିରେ ଅଂଚଳର ବହୁ ଯୁବ ଗୋଷ୍ଠୀ, ଛାତ୍ରଛାତ୍ରୀ, ପୋଲିସ ଓ ପରିବହନ ବିଭାଗର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।
ସଡ଼କ ସୁରକ୍ଷା ସଚେତନତା ସାଇକେଲ୍ ରାଲି
|
January 24, 2021 |
![](https://sandhannews.com/wp-content/uploads/2021/01/SN-15.jpg)