ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ନାଟକ “ଯମ ହାତରେ ଜୀବନ” ପରିବେଷଣ
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ନାଟକ “ଯମ ହାତରେ ଜୀବନ” ପରିବେଷଣ
Manas Kumar Rout |
January 21, 2021 |
ବୁଗୁଡ଼ା ୨୧/୧/୨୦୨୧(ସନ୍ଧାନ ନିଉଜ) : ସୋମବାର ଠାରୁ ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ଅବସରରେ ବୁଗୁଡ଼ା ଥାନା ଆମ ପୋଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଆଜି ସ୍ଥାନୀୟ ବଳଦେବଜୀଉ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଡ଼କ ସୁରକ୍ଷା ଉପରେ ଆଲୋଚନା କରିଯାଇ ହେଲମେଟ ପିନ୍ଧିବା, ଗାଡି ଚଳାଇଲା ବେଳେ ଫୋନରେ କଥା ନହେବା , ଦ୍ରୁତ ଗତିରେ ଗାଡି ନଚଳାଇବାକୁ ପରାମର୍ଶ ଦିଆଯାଇଥିଲା । ଏଥି ସହ ନାଟକ ” ଯମ ହାତରେ ଜୀବନ” ପରିବେଷଣ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏସ୍ଆଇ କାର୍ତ୍ତିକ ନାୟକ , ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ , ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ ଓ ସିମାଞ୍ଚଳ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Related Posts
About The Author