ସଡ଼କ ଦୁର୍ଘଟଣାରେ ୧୭ଜଣ ଗୁରୁତର ଓ ଜଣଙ୍କର ମୃତ୍ୟୁ

Spread the love

ରାସଗୋବିନ୍ଦପୁର, ୩୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ଅମର୍ଭ ରୋଡ-ବାରିପଦା ରାସ୍ତାର ବାଙ୍କବଣ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୭ଜଣ ଗୁରୁତର ଆହତ ହୋଇଥିବା ବେଳେ ପିଆରଏରେ ଚିକିତ୍ସାଧିନ ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସୀମା ବେହେରା(୧୮) ଖବରରୁ ପ୍ରକାଶ , ଅମର୍କା ରୋଡରୁ ଏକ ମୋରେ ୧୫ଜଣ ଶ୍ରମିକ କାମ କରି ଫେରୁଥିବା ବଳେ ବିପରୀତ ଦିଗରୁ ଅମର୍ଦାରୋଡ ଅଭିମୁଖେ ଯାଉଥିବା ଏକ କାର ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ମୋ ଚୂଳକୁ ସମେତ ଭିତରେ ଥିବା ୧୪ଜଣ ଶ୍ରମିକ ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲେ । କାରରେ ଥିବା ଚଳକ ଓ ଅନ୍ୟଜଣେ ମଧ୍ୟ ଗୁରୁତର ଭାବେ ଆହତ ହୋଇଲେ । ତେବେ ଆହତମାନେ ହେଲେ ଚାଳକ ଜାକିର ହୁସେନ, ସୀମା ବେହେରା, ପୁଷ୍ପାଞ୍ଜଳି ବେହେରା, ସାବିତ୍ରୀ ମୁଖୀ, ସୀମା ବହେରା, କଳି ମହାକୁଡ, ମୀନ ମୁଖୀ, ଶାନ୍ତି ବିଶ୍ୱାଳ, ଗୀତୀ ଜେନା, ସୁଭଦ୍ରା ନାଏକ, ରୀତା ବହେରା, ପ୍ରମିଳା ବିଶ୍ୱାଳ, ଝିଲି ବହେରା, ଚୁମକି ମୁଖୀ । ଏ ସମସ୍ତ ରାସଗୋବିନ୍ଦପୁର‌ ହାଟସାହି ଓ ମୁଖୀସାହିର ବୋଲି ଜଣାପଡ଼ିଛି। ତେବେ କାରରେ ଥିବା ଦୁଇ ଜଣ ବମ୍ବେ ଛକର ଜ୍ୟୋତିପ୍ରକାଶ ମଲ୍ଲିକ ଓ କେନ୍ଦୁଝର ଟାଉନର ଆଲୋକ ସାହୁ ବୋଲି ଜଣାପଡ଼ିଛି । ଖବରପାଇ ରାତ୍ସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ସଦଳବଳେ  ପହଞ୍ଚିଥିବା ବେଳେ ଏହି ଆହତମାନଙ୍କୁ ସ୍ଥାନୀୟ ଦମକଳବାହିନୀ କର୍ମଚାରୀ ଆହତମାନଙ୍କୁ  ଉଦ୍ଧାର କରି ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଗାଡିକୁ ଜବତ କରି ତଦନ୍ତ ଜାରି ରଖୁଛି ।

Related Posts

About The Author

Add Comment