ବାରିପଦା, ୧୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲାରେ ଜାତୀୟ ସଡକ ସୁରକ୍ଷା ମାସ ୨୦୨୧ ଆଜିଠାରୁ ଆଗାମୀ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲା ସଡ଼କ ସୁରକ୍ଷା ସମିତି ତତ୍ତ୍ଵାବଧାନରେ ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଜିଲାପାଳ ବିନୀତ୍ ଭରଦ୍ୱାଜ ଓ ଏସପି ସ୍ମିତ୍ ପି.ପାରମାର ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବିଶେଷକରି ମୋଟର ଯାନବାହନ ଚଳାଚଳର ବେଗ, ଗାଡିଚାଳନା ନିୟମ, ଟ୍ରାଫିକ୍ ନିୟମ ଓ ସଡକ ସୁରକ୍ଷା ସଂପର୍କିତ ନିୟମାବଳୀ କଡ଼ାକଡ଼ି ଭାବରେ ପାଳନ କରାଯିବା ପାଇଁ ଆରଟିଓ ଓ ଏସପି ବିଭାଗ ପକ୍ଷରୁ ମିଳିତ କାର୍ଯ୍ୟଖସଡ଼ା ଅନୁସାରେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜାତୀୟ ସଡ଼କ ସୁରକ୍ଷା ପାଳନ ଅବସରରେ ଜିଲାରେ ସଚେତନତା ରଥ, ଶ୍ଳୋଗାନ, ୱାଲ ପେଣି, ପୋଷ୍ଟର, ବ୍ୟାନର, ପ୍ରଚାର ପତ୍ର ବଣ୍ଟନ ଏବଂ ବିଭିନ୍ନ ସ୍ଥାନରେ ତୋରଣ ହୋ ଆଦି ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବା ଦିଗରେ ଗୁରୁତ୍ବ ଦିଆଯାଇଅଛି । ସ୍ୱାସ୍ଥ୍ୟ ବିଭାଗ ଓ ଘରୋଇ ମୋଟର ଯାନ ସଂଘ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଗାଡିଚାଳକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯିବ । ତସହିତ ଏସପି ଓ ଆରଟିଓ ମିଳିତ ତତ୍ତ୍ବବଧାନରେ ସମସ୍ତ ମୋଟରଯାନର ବେଗ, ଓଭରଲୋ, ବିନା ଲାଇସେନ୍ସଧାରୀ ଯାନବାହନ ଚାଳକ, ହେଲମେଟ, ସିଟ୍ ବେଲଟ୍ ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଇ ଆଜିଠାରୁ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ମଧ୍ୟରେ ଏନ୍ଫୋର୍ସମେଣ୍ଟ ସ୍କାର୍ଡ ଦାରା ସାଂଚ ଓ ତଦାରଖ କରାଯିବାକୁ ସ୍ଥିର କରାଯାଇଛି । ଏବଂ ଜିଲା ମଧ୍ୟ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥର ବିଶେଷ କରି ଦୁର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ଚିହ୍ନ ଓ ସତର୍କତା ସଙ୍କେତ ଚିହ୍ନଟ କରଣ କରାଯିବା, ଟ୍ରାଫିକ ନିୟମ ତଥା ସଡକ ସୁରକ୍ଷା ସଂପର୍କିତ ସ୍ବତନ୍ତ୍ର ନିୟମାବଳୀ-୨୦୧୮ ଏବଂ ବାଇସାଇକେଲ ରାଲି ଆଦି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଉଦ୍ଘାଟନୀ ସଚେତନତା କାର୍ଯ୍ୟକ୍ରମରେ ଅଂଚଳିକ ପରିବହନ ଅଧୁକାରୀ ଗୋପାଳ କୃଷ୍ଣ ଦାସ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁଦାମ ସାହୁ, ଅଙ୍କୁର ମଲ୍ଲିକ ଓ ସୁଯୋଗ୍ୟ କୁମାରୀ ମିଶ୍ର, ଏଡିପିଓ ବିକେ ହରିପ୍ରସାଦ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି, ଏମ୍ଭିଆଇ ଶିଶିର କୁମାର ସାହୁ ପ୍ରମୁଖଙ୍କ ସମେତ ଆରକ୍ଷୀ ବିଭାଗ ଟ୍ରାଫିକ୍ ଇନ୍ସପେକ୍ଟର ସଂପୃକ୍ତ ବିଭାଗ ପ୍ରଦାଧିକାରୀ ଏବଂ ଘରୋଇ ମୋଟର ଯାନବାହନ ସଂଘ, ବିଭିନ୍ନସେଚ୍ଛାସେବୀ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ସଡକ ସୁରକ୍ଷା ସଚେତନତା ରଥ ଉଦ୍ଘାଟିତ୍
|
January 19, 2021 |