ଗତକାଲି ଏକ ସଡକ ଦୁର୍ଘଟଣାରେ ଅନାଦି ଜଗନ୍ନାଥ ଦାସ(ପୂ-ଅମରନାଥ ସିଂହ)ଙ୍କ ମୃତୃଘଟିଛି । ସେ କୋରାପୁଟ ଅଞ୍ଚଳରେ ସର୍ବଦୋୟ ଆନ୍ଦୋଳନର ପ୍ରବକ୍ତା ତଥା ଉକ୍ତ ଅଞ୍ଚଳର ପ୍ରଥମ ବୈଷୟିକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହଙ୍କ ଏକମାତ୍ର ପୁତ୍ର । ସ୍ୱର୍ଗତ ଜଗନ୍ନାଥ ଜୟପତାକ ସ୍ୱାମୀ ମହାରାଜଙ୍କ ସଂସ୍ପର୍ଶରେ ଆସି ୨୦୦୦ ମସିହାରେ ଇସ୍କନ ଜଏନ କରିବା ସହ ବାଙ୍ଗାଲୋରର ସେସାଦ୍ରିପୁରମ ଠାରେ କୃଷ୍ଣଚେତନାର ବିସ୍ତାର କରିବା ସହ ଗୀତା ଜ୍ଞାନ କାର୍ଯ୍ୟକ୍ରମକୁ ଜନମାନସରେ ସହଜ ଉପଲବ୍ଧ କରାଉଥିଲେ । ଏନଆଇଟି କାଲିକଟରୁ ଇଂଜିନିୟରିଂ ରେ ସ୍ନାତକ କରିବା ସହ ଏକ ବୈଷୟିକ କମ୍ପାନିରେ ପରିଚାଳନା ଦାୟିତ୍ୱରେ ଥିଲେ l ମହାମାରୀ ସମୟରେ ମଧ୍ୟ ସେ ଅନେକଙ୍କ ସେବା କରି ପ୍ରଶଂସା ସାଉଁଟିଥିଲେ । ତାଙ୍କ ବିୟୋଗର ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଅଛି । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳ ତଥା ଆଧ୍ୟାତ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ହେଇଅଛି । @ Sandhan news
ସଡକ ଦୁର୍ଘଟଣାରେ ନିରବିଗଲେ ଗୀତା ପ୍ରବକ୍ତା
|
July 31, 2022 |
