ସଟ ସରକିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ସମସ୍ଥ ପୋଡ଼ି ପାଉଁଶ

Spread the love

ଯାଜପୁର ସଦର, ୧୫ା୧୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ଗ୍ରାମରେ ଦୁଇ ପରିବାରଙ୍କ ଘରେ ବିଦ୍‌ୁ୍ୟତ ସଟ୍ ସରକିଟ ହେବା ଯୋଗୁଁ ଦୁଇ ପରିବାରଙ୍କର ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଚି । ଘଟଣାରୁ ପ୍ରକାଶ ଯେ, ଜୟସିଂହଡ଼ା ଗ୍ରାମର ଯଦୁ ମୁଦୁଲି ପିତା ଦାମୋଦର ମୁଦୁଲି, ବୋଧି ମୁଦୁଲି ପିତା ଦାମ ମୁଦୁଲିଙ୍କ ଘରେ ରାତି ୧.୧୫ ମିନିଟରେ ବିଦ୍‌ୁ୍ୟତ ସରକିଟ ଯୋଗୁଁ ଅଗ୍ନିକାଣ୍ଡ ହେବାରୁ ଯଦୁ ମୁଦୁଲିଙ୍କ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯିବା ସହିତ ବଳଦ ୧ଟା, ଗାଈ ୨ଟା,ଧାନ ୮ ବସ୍ତା ପୋଡ଼ିଯିବା ସହିତ ସେହିପରି ବୋଧି ମୁଦୁଲିଙ୍କର ଅଗ୍ନିକାଣ୍ଡରେ ୨ବଖରା ଘର ପୋଡ଼ିଯିବା ସହିତ ବଳଦ ୧ଟା, ଛେଳି ୬ଟା, ଧାନ ୬ ବସ୍ତା ପୋଡ଼ି ପାଉଁଶ ହୋଇଯାଇଚି । ଖବର ପାଇ ରସୁଲପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ୍ତ କରିବା ବେଳକୁ ଘରର ସମସ୍ଥ ଆସବାସ ପୋଡ଼ି ପାଉଁଶ ହୋଇଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ôଚ ଗ୍ରାମବାସୀଙ୍କ ସହାୟତରାରେ ନିଆଁକୁ ଲିଭାଇଥିଲେ । ବ୍ରହ୍ମବରଦାର ପଶୁ ଡାକ୍ତର ଶ୍ରୀଯୁକ୍ତ ପାଢ଼ୀ ଅନୁଧ୍ୟାନ କରିବା ସହିତ ରିପୋର୍ଟ ଲେଖିଥିଲେ । ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରା ଖବର ପାଇ ଅସହାୟ ପରିବାରଙ୍କ ପାଖରେ ପହଁଞ୍ôଚ ଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳରେ ପହଁଞ୍ôଚ ଅନୁଧ୍ୟାନ କରିଥିଲେ । ଯାହାକି ଦୁଇ ମୁଦୁଲି ପରିବାର ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଚି । ରିପୋର୍ଟ ଲେଖା ହେଲା ବେଳକୁ ତହସିଲ ପକ୍ଷରୁ କ୍ଷତିଗ୍ରସ୍ଥ ପରିବାରକୁ ସହାୟତା ଦିଆଯାଇନଥିବା ଜଣାଯାଇଚି । ତୁରୁନ୍ତ ଏହି ଅଗ୍ନିକାଣ୍ଡ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବନ୍ଧଡିହ ସରପଂଚ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment