ସଞ୍ଜିତ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାମ୍ବାଦିକ ଦୀପକ ଦାସ ସମ୍ବର୍ଦ୍ଧିତ 

Spread the love

ଯାଜପୁର ୧୯/୧୧(ସନ୍ଧାନ ନିୟୁଜ୍/ମାନସ ରାଉତ)- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ପଞ୍ଚାୟତର ଗୁଲ୍ଜାରନଗର ପାଟଣା ଖେଳପଡିଆ ଠାରେ ମା’ତାରିଣୀ କ୍ରିକେଟ କ୍ଳବ ତରଫରୁ ଆୟୋଜିତ ୫ମ ବାର୍ଷିକ ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ତଥା ଉଦଯାପନ ଦିବସରେ ୍ଓଡିଶା କ୍ରିକେଟ ଆସୋସିଏସନ ର ଭାଷ୍ୟକାର ବୁବୁ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହୋଣ୍ଡା ଟୁ-ହ୍ୱିଲର କମ୍ପାନୀର ଏରିଆ ମ୍ୟାନେଜର ସୁଜୟ ଦାଶ , ମୁଖ୍ୟ ବକ୍ତା ଭାବେ ଏରିଆ ଇନ-·ର୍ଜ ଦିବେନ୍ଧୁୁ ବାରିକ ଓ ଅଭିଜିତ ସିଂହ ଓ ସମ୍ମାନୀତ ଅତିଥିଭାବେ ବାସନ୍ତୀ ହୋଣ୍ଡା ଚଣ୍ଡିଖୋଲର ପ୍ରୋପାଇଟର ଜନ୍ମେଜୟ ସାହୁ ,ଏମ.ଏସ ମୋବାଇଲ ,ଚଣ୍ଡିଖୋଲର ପ୍ରୋପାଇଟର ସୁଶାନ୍ତ କୁମାର ବାରିକ, ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ବାରିକ,ଦର୍ପଣଗଡ ସେବା ସମବାୟ ସମିତିର ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ସାହାଣୀ,ମୁକ୍ତିକାନ୍ତ ସାହାଣୀ ଓ କ୍ଲବର ସମ୍ପାଦକ ଦିଲ୍ଲୀପ ସାମଲ ଓ କୋଷାଧ୍ୟକ୍ଷ ଜ୍ୟୋତିରଂଜନ ସାହାଣୀ ଯୋଗଦେଇ ଜଣେ ଯୁବ ସାମ୍ବାଦିକ ଭାବରେ ଦୈନିକ ଓଡିଆ ଖବର କାଗଜ “ପ୍ରମେୟ”ରେ କାର୍ଯ୍ୟରତ କଣ୍ଟିଗଡିଆ ପ୍ରତିନିଧି ଦୀପକ ଦାସଙ୍କୁ ଅତିଥିମାନଙ୍କ ଉପସ୍ଥିତିରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କ୍ଲବର ସଭାପତି ପ୍ରମୋଦ ବେହେରା ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment