ଯାଜପୁର,୧/୪ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ମର୍ଯିତାପୁର ସ୍ଥିତ ମା ହିଙ୍ଗୁଳା ବିଦ୍ୟାମନ୍ଦିର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାଶ ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ୧୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ କୁମାର ଦାଶଙ୍କ ସମେତ ବହୁ ରାଜନୈତିକ ନେତା, ସାମାଜିକ କର୍ମୀ ଯୋଗ ଦେଇ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇବା ସହିତ ଏଭଳି ମହାନ କାର୍ଯ୍ୟର ପ୍ରଂଶସା କରିଥିଲେ। ଏହି ଅବସରରେ ସର୍ବାଧିକ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
https://www.youtube.com/watch?v=98qanhaTMQQ
Report- Prasanta Samal



