ସଚେତନ ନାଗରିକ ମଞ୍ଚଯାଜପୁର ଓ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର।

Spread the love

ଜେନାପୁର /ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସବେତନ ନାଗରିକ ମଞ୍ଚ ଯାଜପୁର ଏବଂ ସମ୍ବାଦ ଆମ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜସେବୀ ମିନତୀ ସାହୁ, କବାଟବନ୍ଧ ମେଡିକାଲ ଅଫିସର ଡ଼ାକ୍ତର ନିହାର ରଞ୍ଜନ କର,ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା,ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ରକ୍ତ ଦାତା ଙ୍କୁ ଉପହାର ସ୍ୱରୂପ ଫୁଲ ଚାରା ଏବଂ ଟି- ସାର୍ଟ ପ୍ରଦାନ କରାଯାଇଥିଲା।ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ସରୋଜ ବେହେରା, ଉପଦେଷ୍ଟା ପଙ୍କଜ ଚରଣ ମଲ୍ଲ,ସାମ୍ବାଦିକ ପରମାନନ୍ଦ ସାହୁ, ସାମ୍ବାଦିକ ସୁବ୍ରତ ସାହୁ ଗଗନ ମହାନ୍ତି, ଲଳିତ ମୋହନ ଜଟ, ଶକ୍ତି ପ୍ରସାଦ ସାମନ୍ତ, ସନ୍ତୋଷ କୁମାର ପ୍ରଧାନ, ବିଶ୍ୱଜିତ ବିଶ୍ୱାଳ, ନିତ୍ୟାନନ୍ଦ ପୃଷ୍ଟି,ରଞ୍ଜନ ଦାସ,କୃଷ୍ଣଚନ୍ଦ୍ର ପୃଷ୍ଟି, ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ପକ୍ଷରୁ ମାନସ ପ୍ରଧାନ,ଲଲମୋହନ ଶତପଥୀ, ଅନ୍ତର୍ଯ୍ୟାମୀ ବେହେରା, ସୁନୀଲ ନାଥ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Posts

About The Author

Add Comment