ସଚେତନ ନାଗରିକମଞ୍ଚ ଯାଜପୁରର ପ୍ରୟାସ: ବୁରୁସାହି  ପାଳିଲା ପ୍ରଥମ ଥର ଦୀପାବଳି, ମାସ ମାସ ଧରି ଅନ୍ଧାର ରେ ଥିବା ବୁରୁସାହି କୁ ବିଦ୍ୟୁତ ସଂଯୋଗ ପାଇଁ ସଚେତନ ନାଗରିକ ମଞ୍ଚର ନିବେଦନ

Spread the love
ଜେନାପୁର/୦୮/୧୧/ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)
ବୁରୁସାହି ଏକ ଅବହେଳିତ ଗ୍ରାମ ଭାବରେ ସବୁବେଳେ ଚର୍ଚ୍ଚା ରେ ରହି ଆସିଛି। ଚଳିତ ବର୍ଷ ଦୀପାବଳି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରଥମ ଥର ପାଇଁ ଆଲୋକ ର ପର୍ବ ପାଳନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା।
ପର୍ବ ପାଳନ ଅବସରରେ ଦୀର୍ଘ ଦିନ ହେବ ଅନ୍ଧାର ରେ ରହୁଥିବା ଅଭିଯୋଗ କରିଥିଲେ ବୁରୁସାହି ର ବାସିନ୍ଦା।
ଏହି ପର୍ବ ରେ ପ୍ରଥମେ ସଚେତନ ନାଗରିକ ମଞ୍ଚ ଯାଜପୁର ପକ୍ଷରୁ ବୁରୁସାହି ବାସିନ୍ଦା କୁ ଦୀପାବଳି ପର୍ବ ବିଷୟରେ ବୁଝା ଯାଇଥିଲା ଓ କାହିଁକି ପାଳନ କରାଯାଏ ତାହାର ପୌରାଣିକ ମର୍ମ ବିଶଦ ଆଲୋଚନା ହେଇଥିଲା।
ଏହାପରେ  ଗୀତା ବହି ଓ ବର୍ଣବୋଧ ପୁସ୍ତିକା ବଣ୍ଟନ ହୋଇଥିଲା। ସେମାନେ ପାଠ ପଢ଼ିନଥିବାରୁ ଛୋଟ ପିଲା ମାନେ ଗୀତା ପଢ଼ି ଶୁଣାଇବାକୁ କୁହାଯାଇଥିଲା। ଏହାସହିତ ମିଠା ଆଉ ଚକଲେଟ  ବାଣ୍ଟି ଏକ ଖୁସିର ଆସର ଆୟୋଜିତ ହୋଇଥିଲା। ଗୀତର ତାଳେ ତାଳେ କୁନି କୁନି ପିଲାଙ୍କ ମନମତାଣିଆ ନାଚ କାର୍ଯ୍ୟକ୍ରମ କୁ ସଫଳ କରିଥିଲା।
ପରିଶେଷରେ ସଭିଏଁ ପ୍ରଥମ ଥର ପାଇଁ ଦୀପାବଳି ଜଳାଇ ଉତ୍ସବ ମନାଇଥିଲେ।  ଦୀପାବଳି ପାଳନ ଏକ ଆନନ୍ଦ ର ଉତ୍ସଵ ଓ ଏହା ତାଙ୍କୁ ଖୁସି ଦେଉଛି କହିଥିଲେ ବୁରୁସାହି ର ବାସିନ୍ଦା।
ବୁରୁସାହି କୁ ବିଦ୍ୟୁତ ସଂଯୋଗ ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇଛି।

Related Posts

About The Author

Add Comment