ସଙ୍ଗରୋଧରୁ ବାହାରି ଜୀବିକା ଚିନ୍ତା

Spread the love

ବାରିପଦା ୧୨.୭.୨୦,(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସରକାର କରିଛନ୍ତି ଯୋଜନା । କୋରନା ବିପତ୍ତି ବେଳେ ଗରିବ ଶ୍ରମିକଙ୍କ ହାତକୁ ଯୋଗାଇବେ କାମ । ଏଥି ପାଇଁ ଜିଲ୍ଲା ପ୍ରଶାସନ ମନରେଗା ଯୋଜନାକୁ ଅଗ୍ରାଧିକାର ଦେଉଛନ୍ତି । ବାଙ୍ଗିରିପୋଷି ବ୍ଲକ ରେ ଏପ୍ରିଲ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ ୪୩ ହଜାର ୪୫୯ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିବା ଜଣାପଡ଼ିଛି । ସାରା ବ୍ଲକ ରେ ୨୧୯ ଟି ପ୍ରକଳ୍ପ କାର୍ଯ୍ୟ ସୃଷ୍ଟି ହୋଇଥିବା ବେଳେ ୬୩ ଟି ପ୍ରକଳ୍ପ ଚାଲିଛି । କିନ୍ତୁ ପ୍ରବାସୀ ଫେରନ୍ତାଙ୍କ ପାଇଁ ମନରେଗା କାମ କ’ଣ ସୁହାଇବ ? ସୁରତ, ମହାରାଷ୍ଟ୍ର  ଆଦି ଇଲାକାରେ ଅପରେଟର, ଡ୍ରାଇଭର କାମ ପରି ବର୍ଷ ବର୍ଷ ଧରି ଗୁଜୁରାଣ ମେଣ୍ଟାଉଥିବା ପ୍ରବାସୀ ହଠାତ୍ ମାଟିକାମ କେମିତି କରିବେ ?  ସରକାର ମନରେଗା ଅଗ୍ରାଧିକାର ଦେଉଥିବା ବେଳେ ମାଟି କାମକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଏମିତି ଦ୍ବନ୍ଦ୍ବ ଉପୁଜିଛି । ତଥ୍ଯ ମୁତାବକ ଏବେ ବାଙ୍ଗିରିପୋଷି ବ୍ଲକ ରେ ଯେଉଁ କେତେକ ପ୍ରବାସୀ ନିଜସ୍ଵ ଉଦ୍ୟମ ଓ ସରକାରଙ୍କ ସାହାଯ୍ୟରେ ଘରକୁ ଫେରିଛନ୍ତି । ସେମାନେ ସାଧାରଣତଃ ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟର କୁଶଳି ଶ୍ରମିକ । ପ୍ରାୟ ଶ୍ରମିକ ସୁରତ ସୂତାକଳରେ ଅପରେଟର, ମିସ୍ତ୍ରୀ ଓ ଗାଡି ଚାଳକ ଥିଲେ । ମାସିକ କମାଇ ୧୫ ହଜାରରୁ ୧୮ହଜାର ଟଙ୍କା ଥିଲା ।କେବଳ କୋରନା ପରିସ୍ଥିତିର ଦାସ ହୋଇ ପ୍ରବାସୀ ମାନେ ଘର ମୁହାଁ ହୋଇଛନ୍ତି । ନିର୍ଦ୍ଧାରିତ କ୍ବାରେନଣ୍ଟାଇନ୍ ସମୟ ବିତାଇବା ପରେ ପ୍ରବାସୀ ନିଜ ପରିବାର ଗହଣକୁ ଯାଉଛନ୍ତି । ଜୀବନ ପାଇଁ ଜୀବିକା ନିଶ୍ଚିତ ଖୋଜା ପଡିବ । ସେହି ଆବଶ୍ୟକତା କୁ ଦୃଷ୍ଟିରେ ରଖି ସରକାର ମନରେଗା ଯୋଜନାକୁ ଅଗ୍ରାଧିକାର ଦେଇଛନ୍ତି । ଏବେ ଗାଁ କୁ ଆସିବା ପରେ ସେ ଧନ୍ଧା ଯଦିଓ ବନ୍ଦ ହୋଇଯାଇଛି । କିନ୍ତୁ ମାଟି କାମ କରିବାକୁ ମନ ବଳୁନି ବୋଲି ଜଣେ ପ୍ରବାସୀ ପ୍ରକାଶ କରିଛନ୍ତି । ଆମେ କୁଶଳି ଶ୍ରମିକ । ସରକାର ଆମ ଦକ୍ଷତାକୁ  ବିନିଯୋଗ କରନ୍ତୁ । ଆମ ଦକ୍ଷତା ଅନୁସାରେ ନୂଆ ପ୍ରକଳ୍ପ କରିବାକୁ ଅନୁରୋଧ କରିଛନ୍ତି । ଗାଁରେ ଜମିବାଡି ଅଛି । କେବଳ ଜଳସେଚନ ଟିକେ ନାହିଁ ବୋଲି ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଲୁବୋଲି ବନମାଳୀ ସିଂ କହିଛନ୍ତି । ପନିପରିବା ଅମଳ କଲେ ଏଠି ଭଳ ବଜାର ନାହିଁ । କ୍ଷତି ସହିବାକୁ ପଡ଼ିଲା ବୋଲି ଚାଷୀ ପୁଅ ହୋଇ ମଧ୍ୟ ଚାଷ ରୁ ମୁଁହ ଫେରାଇଲୁ । ହେଲେ କିଛି କାମ ନମିଳିଲେ ଲଙ୍ଗଳ ଧରି ଫସଲ ଫଳାଇବୁ । ସରକାର ମାଟି କାମ ପରିବର୍ତ୍ତେ ଚାଷ କାମ ପାଇଁ ଜଳସେଚନ ଏବଂ ବଜାର ବ୍ୟବସ୍ଥା କଲେ ଆମ ହାତକୁ କାମ ମିଳିଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

 ପ୍ରତିଷ୍ଠା ନିମନ୍ତେ ବିପୁଳ ସୁଯୋଗ ରହିଛି । ତେବେ ସରକାର ଓ ଜିଲ୍ଲା ପ୍ରଶାସନ କୁଟୀର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆଗେଇ ଆସିବା ସହ ପ୍ରବାସୀଙ୍କୁ ପ୍ରଥମେ ଏହି ସଂସ୍ଥାରେ କର୍ମକାର ହେବା ନିମନ୍ତେ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ବାହାର ରାଜ୍ୟରେ ଜିଲ୍ଲାର ଯୁବଶକ୍ତି ନିଜର ଦକ୍ଷତା ପ୍ରତିପାଳନ କରି ସଂପୃକ୍ତ ରାଜ୍ୟର ସମୃଦ୍ଧି ରେ ସହାୟକ ହୋଇପାରୁଛନ୍ତି । ନିଜ ଜିଲ୍ଲା ତଥା ରାଜ୍ୟର ପ୍ରବାସୀଙ୍କୁ ସରକାର ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁଯାଇ କର୍ମ ସଂସ୍ଥାନ ଯୋଗାଇ ଦେଇ ପାରିଲେ ପ୍ରବାସୀଙ୍କ ହାତକୁ କାମ ମିଳିପାରିବ । ଏ ସମ୍ପର୍କରେ ଶିଳ୍ପ,ଶ୍ରମ ଓ ସାଧାରଣ ପ୍ରଶାସନ ମିଳିତ ଭାବେ ଏକାଭିମୁଖେ ଯୋଜନା ପ୍ରସ୍ତୁତ କରିବାକୁ ଚିନ୍ତା କରିବା ଆବଶ୍ୟକ ।

Related Posts

About The Author

Add Comment