ସଙ୍କଟରେ ଚନ୍ଦନପୁର ହସ୍ତତନ୍ତଶିଳ୍ପ

Spread the love

ଦାରଶୁଣି, ୨୭/୯ (ସନ୍ଧାନ ନ୍ୟୁଜ): କରୋନା ଦାଉରେ ବୁଣାକାର ପରିବାର । ବଜାର ଖୋଲା ନ ହେବାରୁ ଗଚ୍ଛିତ ମାଲ ବିକ୍ରି କରି ହେଉ ନ ଥୁବା ବେଳେ ନୂତନ ଉତ୍ପାଦନ ପାଇଁ କଞ୍ଚାମାଲର ଅଭାବ । ତେଣୁ ବଜାରରେ ଚାହିଦା କମ ରହିଥିରୁ – ପରିବାରର ଗୁଜରାଣ ମେଣ୍ଟାଇବା ଚିନ୍ତାରେ ଏବେ ମୟୂରଭଞ୍ଜ ଜିଲା, ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହସ୍ତତନ୍ତ ବୁଣାକାର । ଚନ୍ଦନପୁର ଗ୍ରାମରେ ୨ଟି ତନ୍ତବାୟ ସହଯୋଗ ସମିତି ଗଠନ ହୋଇଛି । ଚଦନପୁର ତନ୍ତବାୟ ସହଯୋଗ ସମିତି ଓ ହୁମୁରିଆ ତନ୍ତବାୟ ସହଯୋଗ ସମିତି । ଦୁଇ ସମିତିରେ ପୂର୍ବରୁ ୧୮୦ ଜଣ ସଭ୍ୟ ଥିଲେ । ଏମାନେ ତନ୍ତ ପାଇଁ ସୂତା କିଣିଥାନ୍ତି, ଏନଏଚଡ଼ିସି ଭୁବନେଶ୍ବର ଏବଂ ବିକ୍ରି କରିଥାନ୍ତି ବୟନିକା ଓ ଅଂଚଳରେ ରହୁଥିବା ପ୍ରଦର୍ଶନୀମାନଙ୍କରେ । ଏମାନଙ୍କ ହାରା ଉତ୍ପାଦିତ ହେଉଥିବା ଚଦର, ଶାଢି, ଗାମୁଛା, ବେଡ ସିଟ, ରୁମାଲ, ଟାୱେଲ, ପରଦା ଆଦି ବେଶ ଆଦୃତ ହୋଇଥାଏ । ଗୋଟିଏ ଶାଢି ବୁଣିବାକୁ ୫ ଦିନ ଓ ୩ଟି ବେଡ ସିଟ ପ୍ରସ୍ତୁତ କରିବାକୁ ଦିନେ ସମୟ ଲାଗିଥାଏ । ଏହାର ଗୁଣାତ୍ମକ ମାନ ଓ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖ୍ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ମାତ୍ର ଠିକ ପାରିଶ୍ରମିକ ମୂଲ୍ୟ ବୁଣାକାରଙ୍କୁ ମିଳେ ନାହିଁ ବୋଲି ସଂପାଦକ ପଦ୍ମଲୋଚନ ବେହେରା ପ୍ରକାଶ କରିଛନ୍ତି । କରୋନା ଯୋଗୁଁ ବୟନିକା ଉତ୍ପାଦିତ ଲୁଗା ନେଉ ନାହିଁ କି ସବୁ ଅଂଚଳରେ ପ୍ରଦର୍ଶନୀ ମେଳା ମଧ୍ୟ ଲକ ଡାଉନ ପାଇଁ ବନ୍ଦ ରହିଛି । ଫଳରେ ବିକ୍ରିରେ ଅସୁବିଧା ହେଉଛି । ଏହା ଦ୍ବାରା ବୁଣାକାର ଉତ୍ପାଦିତ ଲୁଗା ସମିତିରେ ବିକ୍ରି ହୋଇ ନ ପାରି ୨୦ ଲକ୍ଷ ଟଙ୍କାରୁ ଅଧିକ ଲୁଗା ଗଚ୍ଛିତ ରହୁଛି । ବୁଣାକାରଙ୍କ ତନ୍ତ ଓ ମଜୁରି ଯୋଗାଡ କରିବା ପାଇଁ ସମିତି ସକ୍ଷମ ହେଉ ନାହିଁ । ଏଥିପାଇଁ ବୁଣାକାରମାନେ ଅକଥନୀୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏମାନଙ୍କର ଅନ୍ୟ କୌଣସି ଆର୍ଥିକ ଉପାର୍ଜନର ମାଧ୍ୟମ ନ ଥିବା ବେଳେ ସମ୍ପୂର୍ଣ୍ଣ ପରିବାର ଶାଢି କାମରୁ ହିଁ ଜୀବିକା ନିର୍ବାହ କରିଥାନ୍ତି । ଏବେ ସବୁକିଛି ବନ୍ଦ ଥିବାରୁ ବୁଣାକାରମାନଙ୍କ ସମ୍ପୂର୍ଣ୍ଣ ପରିବାର ଆଥକ ଦୁଃସ୍ଥିତି ସହ ଅନଟନର ଶିକାର ହେଲେଣି । ଏମାନଙ୍କ ପାଇଁ ବର୍ତ୍ତମାନ ନା କୌଣସି ସରକାରୀ ଯୋଜନା ରହିଛି ନା କୌଣସି ଆର୍ଥିକ ସହାୟତା ମିଳୁଛି । ଢୋକେ ପିଇ ଦଣ୍ଡେ ଜିଇ ବୁଣାକାର ପରିବାର ବର୍ତ୍ତମାନ ବଂଚୁଛନ୍ତି । ଆଉ ବୁଣାକାରମାନେ ଏଠାରେ ମୂଳ ବ୍ୟବସାୟ ଛାଡି ରାଜ୍ୟ ବାହାରକୁ ପଳାଇବାକୁ ବାଧ୍ୟ ହେଉଛନ୍ତି । ଦିନ ଥୁଲା । ଏହି ଗ୍ରାମରୁ ୨ ଶହ ପରିବାର ଲୁଗା ବୁଣାରେ ନିୟୋଜିତ ଥିଲେ । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ହ୍ରାସ ପାଇ ୭୦ରେ ପହଂଚିଛି । କିଛି ବୟୋଜ୍ୟେଷ୍ଠ ବୁଣାକାରମାନଙ୍କ ସହ ଅଲୋଚନା ବେଳେ ସେମାନେ କହନ୍ତି, ଚନ୍ଦନପୁରରୁ ପ୍ରସ୍ତୁତ ହସ୍ତତନ୍ତ ବେବଳ ଜିଲା, ନୁହେଁ । ରାଜ୍ୟର ବିଭିନ୍ନ ଭାଗରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆଉ ତାହା ଦେଖୁକୁ ମିଳୁନି । କାରଣ ଅର୍ଥାଭାବ ସାଙ୍ଗକୁ ମଜୁରି ଉଠୁ ନ ଥୁବାରୁ ବହୁ ବୁଣାକାର ପରିବାର ଯୁବ ପିଢ଼ି ଆଉ କୌଳିକ ବୃଦ୍ଧି ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ସେମାନେ ରାଜ୍ୟ ବାହାରକୁ ପଳାଉଛନ୍ତି । ପୂର୍ବରୁ ବୁଣାକାରମାନେ ବାର୍ଷିକ ୫ ହଜାରରୁ ଅଧୁ ଲୁଗା ପ୍ରସ୍ତୁତ କରୁଥିବା ବେଳେ ଏ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି । ହେଲେ ସରକାରୀ ସୁବିଧା ବୋଲି କିଛି ନାହିଁ । ତେବେ ଗୋଟିଏ ଲୁଗା ବୁଣିବା ପାଇଁ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରମ ଦାନ କରିବାକୁ ହୁଏ । ମଜୁରି ମାତ୍ର ୨ ଶହରୁ ୨୫୦ ଟଙ୍କା ମିଳିଥାଏ । ଅନ୍ୟ ଖର୍ଚ୍ଚ ଯିବା ପରେ ଖୁବ କମ ଟଙ୍କା ବଳକା ହେଉଥିବାରୁ ପରିବାର  ପ୍ରତିପୋଷଣ କଷ୍ଟସାଧ୍ୟ ହୋଇଥାଏ । ଫଳରେ ଆର୍ଥିକ ସଂକଟ କାରଣରୁ ଅଧୁକାଂଶ ପରିବାର ଓ ବ୍ଲକ ସଦସ୍ୟ ଲୁଗା ବୁଣା ଛାଡି ଅନ୍ୟ ରାଜ୍ୟକୁ ଯାଇ ହିଲଙ୍କ ଲୁଗା କାରଖାନାରେ କାମ କରୁଛନ୍ତି । ସେଠି କାମ କଲେ ଗୋଟିଏ ପରିବାରକୁ ଦିନକୁ ହଜାରେରୁ ଅଧ୍ବ ଟଙ୍କା ମିଳୁଛି । ଅଧୂକ ପାରିଶ୍ରମିକ ଆଶାରେ ବହୁ ବୁଣାକାର ପରିବାର ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଗୁଣ୍ଡୁର, କେରଳ ଓ ସୁରତ ପଳାଉଛନ୍ତି । ବୁଣାକାର ପରିବାରର ପୁଅ ଓ ଝିଅମାନେ ରାଜ୍ୟ ବାହରକୁ ଯିବା ଲାଗି ଘରୁ ପାଦ କାଢୁଛନ୍ତି । କିଛି ବୟସ୍କ ହିଁ କୌଳିକ ବୃତ୍ତିକୁ ବଂଚାଇ ରଖୁବା ଲାଗି ପ୍ରୟାସ ଜାରି ରଖୁଛନ୍ତି । ଏ ପରିସ୍ଥିତିରେ ଚନ୍ଦନପୁର ହାତବୁଣା ଶିଳ୍ପକୁ ବଂଚାଇବା ଲାଗି ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, ପ୍ରତି ବୁଣାକାର ପରିବାରକୁ ଇନଭର୍ଟର ପ୍ରଦାନ, ବିଦ୍ୟୁତ ବିଲରେ ରିହାତି, ବାସହୀନ ପରିବାରକୁ ସରକାରୀ ଜମି, ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଓ ପଜୀକୃତ ବୁଣାକାରଙ୍କୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଗଲେ କୌଳିକ ବୃତ୍ତି ବଂଚିବା ସାଙ୍ଗକୁ ପରିବାର ପ୍ରତିପୋଷଣ କରି ପାରିବ ବୋଲି ମତ ପ୍ରକାଶ ପାଇଛି ।

Related Posts

About The Author

Add Comment