ସଙ୍କଟଜନକ ସ୍ଥିତିରେ ଚଣ୍ଡିଖୋଲର ଚଣ୍ଡୀମାତାଙ୍କ ମନ୍ଦିର ଓ ଭୈରବାନନ୍ଦ ଆଶ୍ରମ

Spread the love
ଯାଜପୁର ,୩୦/୧୨ (ସନ୍ଧାନ ନିୟୁଜ):  କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚଣ୍ଡିଖୋଲର ଚଣ୍ଡୀମାତାଙ୍କ ମନ୍ଦିର ଓ ଭୈରବାନନ୍ଦ ଆଶ୍ରମକୁ ନିଜ କବଜାରେ ରଖି ଏଠାରେ ମନଇଚ୍ଛା ଆପତ୍ତିଜନକ କାର୍ଯ୍ୟମାନ କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି ! ବାବା ଭୈରବାନନ୍ଦଙ୍କ ଦ୍ଵାରା ସ୍ଥାପିତ ଚଣ୍ଡୀମାତା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ମଧ୍ୟରେ କିଛି ସ୍ଥାନୀୟ ଓ ଆଉ କିଛି କଟକ ସହରର ବାସିନ୍ଦା ଥିବା ଏଭଳି ବ୍ୟକ୍ତିମାନେ ଚଞ୍ଚକତାପୂର୍ଣ୍ଣ ଭାବେ ଅନଧିକାର ପ୍ରବେଶ କରି ଟ୍ରଷ୍ଟି ସାଜି ବିଭିନ୍ନ ଉପାୟରେ ଏହି ଆଶ୍ରମର ଗାରିମାକୁ କ୍ଷୁର୍ଣ୍ଣ କରୁଥିବା ଏବେ ସ୍ପଷ୍ଟ ପରିଲକ୍ଷିତ ହୋଇଛି ! ସାଧୁସନ୍ଥଙ୍କ ନିର୍ଦ୍ଦିଷ୍ଟ ଆଖଡ଼ା ମାଧ୍ୟମରେ ହିଁ ଏହି ଆଶ୍ରମ ନିମନ୍ତେ ଜଣେ ସନ୍ଥଙ୍କୁ ଏଠାରେ ଅବସ୍ଥାପିତ କରାଇବାର ପ୍ରଥା ରହିଛି ! ସେହି ସନ୍ଥ ମଧ୍ୟ ଏହି ଟ୍ରଷ୍ଟ ବୋର୍ଡର ଜଣେ ଟ୍ରଷ୍ଟି ଭାବେ ନିଶ୍ଚିତ ଭାବେ ରହିବାର ନିୟମ ରହିଛି ! ସେହି କ୍ରମରେ ୧୯୯୮ ମସିହାରୁ ଏଠାରେ ସ୍ୱାମୀ ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ଅବସ୍ଥାପିତ କରାଯାଇଛି ଏବଂ ସେ ଏଠାରେ ରହି ମନ୍ଦିର ଓ ଆଶ୍ରମର ସୁପରିଚାଳନା କରି ଆସୁଥିଲେ ! ମାତ୍ର କିଛି ପୁରାତନ ଟ୍ରଷ୍ଟିମାନଙ୍କ ଦେହାନ୍ତ ହେବା ପରେ ସନ୍ତୋଷାନନ୍ଦ ବ୍ରହ୍ମଚାରୀ ଟ୍ରଷ୍ଟ ପୁନର୍ଗଠନ ସମୟରେ ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଟ୍ରଷ୍ଟି ଭାବେ ଗ୍ରହଣ କରିଥିଲେ ! କିନ୍ତୁ ପରବର୍ତ୍ତୀ ସମୟରେ ଏହି ବ୍ୟକ୍ତିମାନେ ଯେତେବେଳେ ଏଠାରେ କିଛି ଆପତ୍ତିଜନକ କାର୍ଯ୍ୟ କରିବାର ଉଦ୍ୟମ କଲେ ତାହାକୁ ସ୍ୱାମୀ ସନ୍ତୋଷାନନ୍ଦ ବିରୋଧ କରିଥିଲେ ! ଯେଉଁଥିରେ ଉତ଼କ୍ଷିପ୍ତ ହୋଇ ଏହି ନ୍ୟସ୍ତ ସ୍ୱାର୍ଥବ୍ୟକ୍ତି ମାନେ ନିଜ ରାସ୍ତାରୁ କଣ୍ଟା ହଟେଇବାକୁ ଯାଇ ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ବିଭିନ୍ନ ଉପାୟରେ ବଦନାମ କରିବାକୁ ହୀନ ଉଦ୍ୟମ ଆରମ୍ଭ କରି ତାଙ୍କ ନାମରେ ଅପପ୍ରଚାର ଚଳାଇଲେ ଏବଂ ତାଙ୍କ ସହିତ ମଧ୍ୟ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିବାକୁ ପଛାଇ ନାହାନ୍ତି ! ଏପରିକି ଏହି ସନ୍ଥଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରୁ ବାହାର କରିଦେଇ ସେଠାରେ ତାଲା ପକାଇ ଦେଇଛନ୍ତି ! ଫଳରେ ଏହି ସନ୍ଥ ଜଣକ ତାଙ୍କର ବୃଦ୍ଧାବସ୍ଥାରେ ବର୍ଷା ଋତୁରେ ଓ ବର୍ତ୍ତମାନ ହେଉଥିବା ହାଡ଼ ଭଙ୍ଗା ଶୀତରେ ଆଶ୍ରମ ପରିସରରେ ଥିବା ଏକ ଚାଳ ଛପର କୁଡିଆରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅବସ୍ଥାନ କରି ଆସୁଛନ୍ତି ! ଏଭଳି ସବୁ ବିବାଦୀୟ ଘଟଣାକୁ ନେଇ ଓଡିଶା ହାଇକୋର୍ଟ ଏବଂ ରାଜ୍ଯ ଦେବୋତ୍ତର କମିଶନରଙ୍କ ଅଦାଲତରେ ବହୁ ମାମଲା ମଧ୍ୟ ବିଚାରଧୀନ ରହିଥିଲା ବେଳେ ଏହି ଅସାଧୁ ବ୍ୟକ୍ତିମାନେ ଏଠାକାର ପରମ୍ପରାକୁ ଭଙ୍ଗ କରି ସପ୍ତାହେ ହେବ କଟକର ଜଣେ ଯୁବ ମନ୍ଦିର ପୂଜକଙ୍କୁ ଗେରୁଆ ବସ୍ତ୍ର ପରିଧାନ କରାଇ ସନ୍ଥ ସଜାଇ ଖୋଦ୍ ସ୍ୱାମୀ ଭୈରବାନନ୍ଦ ବ୍ରହ୍ମଚାରୀଙ୍କ ଆସ୍ଥାନରେ ବସାଇଥିବା ଦେଖିବାକୁ ମିଳିଛି ! ଯେଉଁମାନେ ଏଭଳି ସବୁ କାର୍ଯ୍ୟ କରି ପାରୁଛନ୍ତି-ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥାଇପାରେ ତାହାକୁ ଆଉ ବୁଝାଇ କହିବାର ହୁଏତ ଆବଶ୍ୟକତା ନାହିଁ ! କାରଣ ଯେଉଁ ବ୍ୟକ୍ତିମାନେ ଏହି ଟ୍ରଷ୍ଟ ବୋର୍ଡକୁ ମାଡ଼ି ବସିବାକୁ ହୀନ ଉଦ୍ୟମ କରୁଛନ୍ତି-ସେମାନେ ଜୀବନରେ କେବେ କେଉଁଠି ସମାଜିକ ବା ଆଧ୍ଯାତ୍ମିକ କାର୍ଯ୍ୟ କରିଥିବାର ନଜିର ହିଁ ନାହିଁ ବରଂ ସମାଜରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ଖରାପ ଛବି ରହିଛି  ! ତେଣୁ ସେମାନଙ୍କ କବଳରୁ ମୁକ୍ତ କରି ଏହି ମନ୍ଦିର ଓ ଆଶ୍ରମର ଆଧ୍ୟାତ୍ମିକ ପରିବେଶ ଏବଂ ଗାରିମାର ସୁରକ୍ଷା କରିବାକୁ ସ୍ଥାନୀୟ ଅଞ୍ଚଳର ଆଧ୍ଯାତ୍ମିକ ପ୍ରେମୀ ବୁଦ୍ଧିଜିବୀ, ପ୍ରତିଷ୍ଠିତ ବ୍ୟକ୍ତି ଓ ସାଧୁସନ୍ଥମାନେ ଏବେ ଆଗେଇ ଆସିବାର ଆବଶ୍ୟକତା ହୋଇପଡିଛି !

Related Posts

About The Author

Add Comment