ସଂସଦର ବଜେଟ ଅଧିବେଶନ  ଜାନୁଆରୀ ୩୧ରୁ

Spread the love
ନୂଆଦିଲ୍ଲୀ, ୯/୧/୨୦୨୦ (ସନ୍ଧାନ ନିୟୁଜ): ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ଏହା ଏପ୍ରିଲ ୩ ଯାଏ ଚାଲିବ। ସେହିପରି ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟିର ନିଷ୍ପତ୍ତି ଅନୁଯାୟୀ, ବଜେଟ ଅଧିବେଶନ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ ଯାଏ ଚାଲିବ। ଶେଷଥର ପାଇଁ ୨୦୧୫ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃଆରୀ ୧ ଶନିବାର ବଜେଟ ଉପସ୍ଥାପନ କରିଥିଲେ।

Related Posts

About The Author

Add Comment