ସଂଯୁକ୍ତା ଦିଗାଲଙ୍କୁ ୧କୋଟି ଟଙ୍କା ସହ ଗ୍ରାମ ରୋଜଗାର ସେବକଙ୍କ ସୁରକ୍ଷା ଦାବି କଲା ସଂଘ ଆବଶ୍ୟକ ହେଲେ ନିର୍ବାଚନ ବର୍ଜନ କରିପାରନ୍ତି

Spread the love

ପୁଲବାଣୀ, ୧୮/୪ (ସନ୍ଧାନ ନିୟୁଜ) ଗତ ୧୭ତାରିଖ ଦିନ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟରେ ଯାଉଥିବା ପୁଲବାଣୀ ଲୋଇସିଂ ବ୍ଲକର କର୍ମଚାରୀଙ୍କୁ ଉପରକୁ ପ୍ରଥମେ ଲ୍ୟାଣମାଇନ ବିଷ୍ପୋରଣ, ଏବଂ ଏହା ବିଫଳ ହେବାରୁ ଅତର୍କିତ ଗୁଳିମାଡ କରି ମାଓବାଦୀ ମାନେ ଗ୍ରାମରୋଜଗାର ସେବିକା ସଂଯୁକ୍ତ ଦିଗଲ ହତ୍ୟା କରିବା ଘଟଣା ରାଜ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଗ୍ରାମ ରୋଜଗାର ସେବକ ସଂଘ ତ୍ରୀବ ଅସନ୍ତୋଷ ବକ୍ତ କରିବା ସହିତ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ଦେବାରେ ବିଫଳ ବୋଲି କହିଛନ୍ତି । ଏଥିସହିତ ତାଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ପରିବାରରୁ ଚାକିରୀ ଦେବାକୁ ଦାବି କରିଛନ୍ତି । ଶ୍ରମତୀ ଦିଗଲାକୁ ହତ୍ୟା କରାଯାଇଥିବା ପ୍ରଚାର ହେବା ପରେ ଜିଲ୍ଲା ଗ୍ରାମରୋଜଗାର ସେବାକ ସଂଘ ତୁରନ୍ତ ତାଙ୍କୁ ମେଡିକାଲରେ ପଂହଚିଥିଲେ । ପରେ ରାଜ୍ୟ ସଂଘର ସଭ୍ୟ ମାନଙ୍କ ସହିତ ଆଲୋଚନା କରିବା ପରେ ତୁରନ୍ତ ସମସ୍ତ ଗ୍ରାମରୋଜଗାର ସେବକ ସେବିକା ମାନଙ୍କ ନିମନ୍ତେ କଡା ସୁରକ୍ଷା ବ୍ୟବସ୍ତା ଦାବି କରିଛନ୍ତି । ହତ୍ୟାର ଶିକାର ହୋଇଥିବା ସଂଯୁକ୍ତାଙ୍କ ପରିବାରରକୁ କ୍ଷତି ପୂରଣ ବାବଦକୁ ଏକ କୋଟି ଟଙ୍କା ଏବଂ ପରିବାର ଅନ୍ୟ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ସଂଘ ଦାବି କରିଛି । ଏପରି ସ୍ଥଳେ ସରକାର ଯଦି ଦାବି ନଶୁଣନ୍ତି ତେବେ ଆବଶ୍ୟକ ସ୍ଥଳେ ନିର୍ବାଚ ବନ୍ଧ କରିପାରନ୍ତି ବୋଲି ଚେତାବନୀ ଦିଆଯାଇଛି । ତୁରନ୍ତ ସରକାର ନିର୍ବାଚନ ପୂବରୁ ସେମାନଙ୍କଚ ଦେଇଥିବା ପ୍ରତିଶୃତି ସହିତ ବର୍ତମାନର ଦାବି ତୁରନ୍ତ ପୂରଣ କରିବା ପାଇଁ ପଦକ୍ଷେପ ନେବା ସହିତ ନିର୍ବାଚନ କମିଶନ ସେମାନଙ୍କ ଦାବିକୁ ଶୁଣନ୍ତୁ ବୋଲି ସଂଘ ଦାବି କରିଛି ।

Related Posts

About The Author

Add Comment