ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗରେ ୨ କୋର୍ଟ ଚାଲଣ

Spread the love

ଯାଜପୁର ସଦର, ୧୮ା୧୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା, ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟରେ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ବିବାହିତା ମହିଳାଙ୍କୁ କଲେଜରେ ପଢ଼ୁଥିବା ସମୟରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାଙ୍କ ସହିତ ଏହି ଦୁଇ ଯୁବକଙ୍କ ପରିଚୟ ହୋଇଥିଲା । ବନ୍ଧୁତା କରିଥିବା ଦୁଇ ଯୁବକ ମହେଶ୍ୱରପୁର ପଞ୍ଚାୟତର ଚାନ୍ଦପୁର ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱାମୀ ସେକ୍ ନଦିନା ଖାଁ ତାଙ୍କ ସ୍ତ୍ରୀ ପରନ ପରବିନି(୧୯) ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ବରଜ ଦେଉଳି ଉପଖଣ୍ଡଗ୍ରାମର ବାସୁଦେବ ବିଶ୍ୱାଳଙ୍କ ପୁଅ ଜ୍ୟୋତି ପ୍ରକାସ ବିଶ୍ୱାଳ(୨୭) ଜ୍ୟୋତିର ସାଙ୍ଗ ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ସଜୟ ବିଶ୍ୱାଳ(୨୩) କାର ଯୋଗେ ଏହି ଦୁଇ ଯୁବକ ମହେଶ୍ୱରପୁର ପଞ୍ଚାୟତରୁ ଏହି ବିବାହିତା ମହିଳା ପରନ୍ ପରବିନି(୧୯) ବର୍ଷକୁ ଅପହରଣ କରିନେଇ ବାଲେଶ୍ୱର କୁ ଗତ ୧୦ ତାରିଖ ସଂନ୍ଧ୍ୟାରେ ଏକ କାର ଯୋଗେ ନେଇଯାଇଥିଲେ । ପରନ୍ ପରବିନ୍ ଘରୁ ସମସ୍ତ ସୁନା ଅଳଙ୍କାର ନେଇଯାଇଥିବା ବେଳେ, ସାଙ୍ଗରେ ନେଇଥିବା ସୁନା ଗହଣାକୁ ବ୍ୟାଙ୍କରେ ପରିବିନ୍ ବିକ୍ରି କରିଥିଲେ । ଟଙ୍କା ସହିତ ଦୁଇ ଯୁବକ ଭୂବନେଶ୍ୱର ବିମାନ ବନ୍ଦରରେ ଟିକେଟ୍ କରି ବିମାନରେ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ, ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠି ଏବଂ ପୋଲିସଙ୍କ ସହାୟତରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଦୁଇ ଯୁବକଙ୍କୁ ଗିରଫ କରାଯିବା ସହିତ ପରନ ପରବିନ୍ଙ୍କୁ ପୋଲିସ୍ ଜିମାରେ ରଖାଯାଇଚି । ଏକ କେସ୍ କରାଯାଇ କେସ୍ ନଂ ୫୯୩, ୧୫୧, ୨୧୯ ଅଣ୍ଡର ସେକ୍ସନ୍ ୩୬୬, ୩୩୯ ଆଇ.ପି.ସିରେ ଆସାମୀ ମାନଙ୍କୁ ଗିରଫ କରାଯାଇଛି । ଆମ ପ୍ରତିନିଧି ବ୍ରହ୍ମବରଦା ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ଦୁଇ ଯୁବକଙ୍କୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯିବା ସହିତ ମହିଳାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଥାନାରେ ରଖାଯାଇଛି ବୋଲି ସୂଚନା ଦେଇଥିଲେ ।

 

Related Posts

About The Author

Add Comment