ମୁମ୍ବାଇ, ୩/୮ (ସନ୍ଧାନ ନିଉଜ) : ଗତ କାଲି ୭ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଉପରେ ମଧ୍ୟ ଜରିମାନା କଷିଛି । ବ୍ୟାଙ୍କ ଠକେଇ ସଂପର୍କିତ ସୂଚନା ପ୍ରଦାନ କରିନଥିବାରୁ ରିଜର୍ଭ ବ୍ୟାଙ୍କ ଏସବିଆଇ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ବସାଇଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ଅନୁସାରେ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏହି ଜରିମାନା ବସାଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ ୧୧ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା । ଏହି ୭ଟି ବ୍ୟାଙ୍କ ହେଲେ ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଆହ୍ଲାବାଦ ବ୍ୟାଙ୍କ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ।