ଷ୍ଟିଲସିଟିରେ ରୁଗଣ୍ ହେବାରେ ଲାଗିଛି ସିନେମା ବେପାର

Spread the love

ରାଉରକେଲା,୯/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ଦିନଥିଲା ଇସ୍ପାତ ସହର ରାଉରକେଲାର କୌଣସି ସିନେମା ହଲରେ ନୂତନ ଚଳଚିତ୍ରର ପୋଷ୍ଟର ଲାଗିବା ପରେ ତାକୁ ଦେଖିବା ଲାଗି ଦର୍ଶକଙ୍କ ଉସôୁକତା ପ୍ରକାଶ ପାଉଥିଲା । ମାତ୍ର ଧିରେ ଧିରେ ଦର୍ଶକଙ୍କ ରୁଚି ବଦଳିବା ଦ୍ୱାରା ବର୍ତମାନ ସ୍ଥିତିରେ ସିନେମା ହଲରେ ଆଗ ଭଳି ଭିଡ ପରିଲିକ୍ଷିତ ହେଉନାହିଁ । ସିନେମା ହଲରେ ଦର୍ଶକ ନଥିବାରୁ କେତେକ ସିନେମା ହଲ ଧରାଶାୟୀ ହୋଇ ପଡିଥିବା ବେଳେ, ଆଉ କିଛି ସିନେମା ହଲ ରାମ ଭରୋସେ ଚାଲୁଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ୯୦ଦଶକରେ ଶିଳ୍ପନଗରୀ ଭାବେ ପରିଚିତ ରାଉରକେଲାରେ ସିନେମା ଶିଳ୍ପର ବହୁଳ ଚାହିଦା ଥିଲା । ସେ ସମୟରେ ସହରରେ ୫ଟି ସିନେମା ହଲ ଯଥା କୋଣାର୍କ, ଉମା, ରଜାକ୍, ଅପସରା ଓ ଦୀପକ ସିନେମା ହଲ ଚାଲୁଥିଲା । କୌଣସି ନୂତନ ଚଳଚିତ୍ର ହଲରେ ଲାଗିଲେ ଦର୍ଶକଙ୍କ ଭିଡ ବୃଦ୍ଧି ପାଇଁ ପ୍ରାୟ ସବୁ ହଲରେ ଦର୍ଶକଙ୍କ ଗହଳି ପରିଲିକ୍ଷିତ ହେଉଥିଲା ମାତ୍ର ଧୀରେ ଧୀରେ ବଜାରରେ ନୂତନ ସିନେମାର ପାଇରସ ସିଡି ଆସି ଯିବାରୁ ଘରେ ପରିବାର ସହିତ ବସି ମାତ୍ର ୫ କିମ୍ବା ୧୦ଟଙ୍କା ଦେଇ ନୂତନ ସିନେମାର ମଜା ଲୁଟିଲେ ଦର୍ଶକ । ଏଥିପାଇଁ ଅଯଥାରେ ସିନେମା ହଲରେ ପାଦ ପକାଇବା ଲାଗି ଦର୍ଶକଙ୍କ ମନରେ ଉସôାହ ରହିଲା ନାହିଁ । ଫଳ ସ୍ୱରୂପ ୫ଟି ହଲ ମଧ୍ୟରୁ ରଜାକ, ଅପସରା, ଦୀପକ ସିନେମା ହଲ ବନ୍ଦ ହୋଇ ଯାଇଥିବା ବେଳେ, ବର୍ତମାନ ଉମା ହଲ ଚାଲୁଥିଲେ ମଧ୍ୟ ପୂର୍ବଭଳି ଦର୍ଶକଙ୍କ ଆଶାତୀତ ଭିଡ ପରିଲିକ୍ଷିତ ହେଉନାହିଁ ବୋଲି ହଲ ପକ୍ଷରୁ ସୂଚନା ମିଳିଛି । ସହରରେ ୨ଟି ମଲ୍ଟିପ୍ଲେକ୍ସ ସିନେମା ହଲ ପିଏସଆର ଓ ସିନେପ୍ଲେକ ଚାଲିଛି ଯାହାକି ଧନୀକ ଶ୍ରେଣୀୟ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି । ଅପରପକ୍ଷରେ ମଧ୍ୟବିତ ଶ୍ରେଣୀର ଦର୍ଶକ ଟିକଟ ରେଟ ଅଧିକ ଥିବାରୁ ଏଭଳି ହଲକୁ ଯିବା ଲାଗି ପସନ୍ଦ କରୁ ନଥିବା ଆଲୋଚନା ହେଉଛି । କେବଳ କେମିତି କେବେ ଓଡ଼ିଆ ଫିଲ୍ମ ଲାଗିଲେ ହଲରେ ୧ ସପ୍ତାହ ପାଖାପାଖି ଭିଡ ପରିଲିକ୍ଷିତ ହେଉଛି, ଯାହାକି ସମୁଦ୍ରରୁ ଶଖେଂ କହିଲେ ଚଳେ । ଆଧୁନିକ ଯୁଗରେ ଇଂଟରନେଟ୍ର ପ୍ରଚଳନ ଯୋଗୁ ୨ ହଜାର ଟଙ୍କିଆ ସ୍ମାର୍ଟ ଫୋନରେ ନୂତନ ଚଳଚିତ୍ର ଦେଖିବାର ସୁଯୋଗ ମିଳୁଥିବାରୁ ଦର୍ଶକ ସିନେମା ହଲ ଯିବାକୁ ଅମଙ୍ଗ ହେଉଛନ୍ତି । ସିନେମା ଶିଳ୍ପ ଇସ୍ପାତ ସହରରେ ସଙ୍କଟରେ ଗତି କରୁଛି । ଫଳସ୍ୱରୂପ ଅନେକ ସିନେମା ହଲର ମାଲିକଙ୍କ ପାଇଁ ଚିନ୍ତାର କାରଣ ସାଜିଛି କହିଲେ ଅତୁ୍ୟକ୍ତି ହେବ ନାହିଁ ।

Related Posts

About The Author

Add Comment